ଡିସେମ୍ବର ୧୨ରେ ବିଧାନସଭା ଘେରିବେ ସହକାରୀ ଶିକ୍ଷକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆମ୍ଭେ ୨୦୦୮ ମସିହାରେ ପୂର୍ବର ଏନ୍ଏଫ୍ଇ ଓ ଇଜିଏସ୍ ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଚିଠି ନଂ-୩୩୫୮ ତା ୧୬.୦୨.୨୦୦୮ରିଖରେ ପୁନଃ ଥଇଥାନ ଯୋଜନାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ । ପରେ ଚିଠି ନଂ-୨୨୪୪୫ ତା ୧୭.୧୧.୨୦୧୧ରିଖରେ ତାଲିମପ୍ରାପ୍ତ ଗଣଶିକ୍ଷକମାନେ ଶିକ୍ଷା ସହାୟକ ଭାବରେ ନିଯୁକ୍ତି ପାଇ ଏକ ନିର୍ଦ୍ଦେଶନାମା ଜାରି ହେଲା ଯାହାକି କାର୍ଯ୍ୟକାରୀ ନହୋଇ ପରବର୍ତ୍ତୀ ସମୟରେ ଚିଠି ନଂ-୨୭୮୬୭ ତା ୦୪.୧୨.୨୦୧୩ରିଖରେ ଆଉ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଲା । ଯେଉଁଥିରେ କି ଏସ୍ସି/ଏସ୍ଟି/ପିଏଚ୍ ଗଣଶିକ୍ଷକ ନିଯୁକ୍ତିରେ ୬ ବର୍ଷରେ ନିୟମିତ ଶିକ୍ଷକ ହେବାକୁ ଥିବାବେଳେ ଅନ୍ୟାନ୍ୟ ଏସ୍ଇବିସି ଓ ସାଧାରଣ ବର୍ଗଙ୍କ ପାଇଁ ସିଟି ତାଲିମର ୬ ବର୍ଷରେ ରେଗୁଲାର ହେବାକୁ ନିର୍ଦ୍ଦେଶନାମା ପ୍ରକାଶ ହୋଇଥିଲା । ଏହାକୁ ମଧ୍ୟ ସରକାର ଚିଠି ନଂ-୪୧୬୮ ତା ୨୫.୦୨.୨୦୧୬ରିଖରେ ପ୍ରତ୍ୟାହାର କରିଥିଲେ ଏବଂ ଚିଠି ନଂ-୧୪୪୬୭ ତା ୨୫.୦୭.୨୦୧୬ରିଖରେ ଗଣଶିକ୍ଷକ ମାନଙ୍କ ପାଇଁ ଏକ କ୍ୟାରିୟର ଆଡ଼ଭାନ୍ସମେଣ୍ଟ ପଲିସ୍ ପ୍ରକାଶ କରିଥିଲେ । ଯେଉଁଥିରେ ନିଯୁକ୍ତିର ୮ ବର୍ଷ ଓ ତାଲିମପ୍ରାପ୍ତ ହୋଇଥିଲେ, ସେ ଲେବୁଲ୍-ଭି, ସହକାରୀ ଶିକ୍ଷକ ଭାବରେ ନିୟମିତ ହେବେ । ଯେଉଁ ନିର୍ଦ୍ଦେଶନାମାରେ ଓଟିଇଟି କିମ୍ବା ଏକ୍ସ-କ୍ୟାଡ଼ର ନଥିଲା । କନ୍ତୁ ଚିଠି ନଂ- ୨୫୨୯୦ ତା ୨୨.୧୨.୨୦୧୬ ରିଖରେ ଏକ ମୋଡ଼ାଲିଟ ପ୍ରକାଶ ପାଇଲା, ସେଥିରେ ଓଟିଇଟି ଏବଂ ଏକ୍ସ-କ୍ୟାଡ଼ର ଲଗାଇ ଦିଆଗଲା । ସରକାର ଗଣଶିକ୍ଷକଙ୍କ ଭଳି ଶିକ୍ଷା ସହାୟକ ମଧ୍ୟ ପର୍ଯ୍ୟାୟକ୍ରମେ ନିଯୁକ୍ତି କରିଛନ୍ତି । ଗଣଶିକ୍ଷା ବିଭାଗର ଚିଠି ନଂ-୫୭୫୪ ତା ୦୮.୦୩.୨୦୧୯ରିଖ ଆମଣ୍ଡମେଣ୍ଡରେ ୧୧.୦୨.୨୦୧୧ରିଖ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପାଇଁ ଓଟିଇଟି ଛାଡ଼ କରାଯିବା ସ୍ପଷ୍ଟ କରାଯାଇଛି । ଆରଟିଇ ଆକ୍ଟ ୨୦୧୨ରେ ଲାଗୁ ହେବା ବେଳେ ଗଣଶିକ୍ଷକ ୨୦୦୮ରେ ନିଯୁକ୍ତି ପାଇଛନ୍ତି । ତା ୧୬.୦୨.୨୦୧୧ ରିଖ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ଓଟିଇଟି ଛାଡ଼ କରାଯାଇଥିବା ବେଳେ ଗଣଶିକ୍ଷକମାନଙ୍କ ପ୍ରତି ଅବିଚାର କରାଯାଇଛି । ଓଟିଇଟିକୁ ବାଧ୍ୟତାମୂଳକ କରି ତା ୩୧.୦୩.୨୦୧୯ରିଖ ପରର ଇନକ୍ରିମେଣ୍ଟକୁ ବନ୍ଦ କରିଦିଆଯାଇଛି । ବିଭାଗର ଚିଠି ନଂ-୧୪୪୬୭ ତା ୨୫.୦୭.୨୦୧୬ରିଖରେ ଗଣଶିକ୍ଷକଙ୍କୁ ନିୟମିତ ଶିକ୍ଷକ କରି ସମସ୍ତ ସୁବିଧା ସୁଯୋଗ ଦେବାର ନିର୍ଦ୍ଦେଶ ଥିଲେ ମଧ୍ୟ ନିୟମିତ ଶିକ୍ଷକମାନଙ୍କ ପାଇଁ ଯାହା ସୁବିଧା ସୁଯୋଗ ମିଳିବା କଥା ସେଥିରୁ ନିବୃତ୍ତ ରଖାଯାଇଛି । ଏଣୁ ଏ ସଂକ୍ରାନ୍ତରେ ଡିସେମ୍ବର ୨ ସୁଦ୍ଧା ମହାସଂଘ ସହିତ ଆଲୋଚନା କରି ସମଧାନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ । ଦାବି ଏକ୍ସ କ୍ୟାଡ଼ର ଉଚ୍ଛେଦ କରି କ୍ୟାଡ଼ରଭୁକ୍ତ କରାଯାଉ, ରହି ଯାଇଥିବା ଗଣଶିକ୍ଷକଙ୍କୁ ନିୟମିତ, ୦୧.୦୩.୨୦୨୦ଠାରୁ ବନ୍ଦ ଥିବା ଇନ୍କ୍ରିମେଣ୍ଟ ପ୍ରଦାନ, ଏନ୍ପିଏସ୍ ବଦଳରେ ପୁରୁଣା ପେନସନ, ଗଣଶିକ୍ଷକ ନିଯୁକ୍ତିକୁ ମୂଳ ନିଯୁକ୍ତିରେ ଗଣନା କରିବା, ଆରଏ ସ୍କିମ୍ରେ ପରିବାରର ଜଣଙ୍କୁ ଚାକିରୀ ଏହିଭଳି ୫ ଦଫା ଦାବି ନେଇ ଆସନ୍ତା ଡ଼ିସେମ୍ବର ୧୨, ୨୦୨୨ରିଖ ଦିନ ମହାସଂଘ ତରଫରୁ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ । ଏଥିପାଇଁ ଯାହା ପରିସ୍ଥିତି ସୃଷ୍ଟି ହେବ, ବିଭାଗ ଓ ସରକାର ଦାୟୀ ରହିବେ ବୋଲି ମହାସଂଘର ସଭାପତି ଶିବଲାଲ ସାହୁ, ସାଧାରଣ ସମ୍ପାଦକ ବୁଲୁ ବେହେରା, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ବିଶ୍ୱାଳ, ମହାସଚିବ ଉମାକାନ୍ତ ନାୟକ ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି ।


