ବନ୍ତରେ ଉତ୍କଳ କେଶରୀ ସାହିତ୍ୟ ସଂସଦର ପ୍ରସ୍ତୁତି ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଠାରେ ଉତ୍କଳ କେଶରୀ ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୨୩ ତାରିଖରେ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଡଃ.ସୁଧାଂଶୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଶ ପ୍ରସାଦ କରଶର୍ମା, ଭାସ୍କର ଚନ୍ଦ୍ର ପାଢୀ, ଜଗନ୍ନାଥ ପାତ୍ର, ଅକ୍ଷୟ କୁମାର ଜେନା, ରମାକାନ୍ତ ଜେନା, ଅଲେଖ ନାୟକ, ଚତୁର୍ଭୁଜ ପହି, ଅମୂଲ୍ୟ କୁମାର ମିଶ୍ର, ସୁକାନ୍ତ ବେହେରା, ସୁବୋଧ ସାହୁ, ଆଲୋକ ମୁଖାର୍ଜୀ, ଡଃ.ଶୁଭେନ୍ଦ୍ର କୁମାର ମିଶ୍ର, ଅଭୟ ପ୍ରଧାନ, ବାବାଜି ଚରଣ ଦଳେଇ, ଅନୀଲ ଖୁଣ୍ଟିଆ, ଭାଗବତ ସାହୁ, ଗୟାଧର ଦାସ, ଅରୁଣ କୁମାର ଜେନା, ତ୍ରିଲୋଚନ ପଣ୍ଡା ଯୋଗ ଦେଇଥିଲେ । ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ.ପବିତ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ମନୋରଂଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପୂର୍ଣ୍ଣ ଚନ୍ଦ୍ର ବହଳୀ, ଡଃ.ଗୋଲକ ବିହାରୀ ସାହୁ, ପର୍ଶୁରାମ ପେଡା, ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା, କବୟିତ୍ରୀ ପ୍ରତିମା ସ୍ୱାଇଁ ଯୋଗ ଦେବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା । ଏହି ଅବସରରେ ଶିଶୁ ପ୍ରତିଭା ସାଇପ୍ରକାଶ ନାୟକ, ସାମ୍ବାଦିକ ହେମନ୍ତ କୁମାର ସିଂହ, କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ସେକ୍ ଜଇନୁଲ ଆବେଦିନଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହି ଦିନ ସକାଳ ୯ଟାରେ କବିତା ପାଠ, ସମ୍ବର୍ଦ୍ଧନା ଓ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ପୁସ୍ତକ ‘ସକଳ ଘଟେ ନାରାୟଣ’ ଉନ୍ମୋଚନ କରାଯିବା ପାଇଁ ସ୍ଥିର କରାଗଲା । ବୈଠକ ଶେଷରେ ସାହିତ୍ୟ ସଂସଦର ସଂପାଦକ ରମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ପରିଚାଳନାରେ ପ୍ରଫୁଲ୍ଲ ଲେଙ୍କା, ପ୍ରଦୀପ କୁମାର ଲେଙ୍କା, ସତ୍ୟଜିତ୍ ଲେଙ୍କା ସହଯୋଗ କରିଥିଲେ ।