କାଟେଣୀପସି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ବର୍ଦ୍ଧିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ଗ୍ରାମର ଶିକ୍ଷକ ଧ୍ରୁବାନନ୍ଦ ସେଠୀଙ୍କୁ ଜିଲ୍ଲା କଳାକାର ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । କଳାକାର ସଂଘ ପକ୍ଷରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିବା ଅତିଥିମାନେ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସେ ଅନୁସୁଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କାଟେଣୀପସି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ଜଣେ ଛାତ୍ରବତ୍ସଳ ଶିକ୍ଷକ, କବି ସାହିତ୍ୟିକ ଓ ପ୍ରାବନ୍ଧିକ ଭାବେ ଜଣାଶୁଣା । ସେ ଜଣେ ଅନୁଷ୍ଠାନ ପ୍ରେମୀ ଭାବରେ ଅନେକ ଅନୁଷ୍ଠାନ ସହିତ ଜଡିତ ଥିବାବେଳେ ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦର ସହ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ତାଙ୍କର ସ୍ୱରଚିତ କବିତା, ଗଳ୍ପ ଓ ପ୍ରବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି । ତାଙ୍କ ଏହି ସମ୍ବର୍ଦ୍ଦନା ଦିଆଯିବା ପରେ ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦର ସମ୍ପାଦକ ସୁଦାମ ଚରଣ ଜେନାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।


