ଦେଶୀ ବନ୍ଧୁକ ସହ ଗଞ୍ଜେଇ ଜବତ, ଜଣେ ଫେରାର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ଦେଶୀ ବନ୍ଧୁକ ସହ ଗଞ୍ଜେଇ ଜବତ କରିଛି। ପୁଲିସକୁ ଦେଖି ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକଙ୍କ ନେତୃତ୍ବରେ କାଶିନୀ ପଦର ପଞ୍ଚାୟତର ଗୋପିଙ୍ଗିଆ ଗ୍ରାମରେ ଅଚାନକ ଚଢ଼ାଉ କରାଯାଇଥିଲା। ପୁଲିସକୁ ଦେଖି ଗୋପିଙ୍ଗିଆ ଗାଁର ପ୍ରତାପ କହଁର ଫେରାର ହୋଇ ଯାଇଥିଲା। ତାଙ୍କ ଘରୁ ଗୋଟିଏ ଦେଶି ବନ୍ଧୁକ ଓ ୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ କେଶ ନଂ.୧୮୫/୨୨ ରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ