ଦ୍ବାଦଶ ଜୟ ବାବା ବିରୁପାକ୍ଷ କ୍ରିକେଟ୍ ପ୍ରତିଯୋଗିତା, ଜେବିବୀ କ୍ଲବକୁ ହରାଇ ଜେଜେ ଷ୍ଟାର୍ ଚମ୍ପିଆନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତର ପଞ୍ଚାୟତ ଖେଳ ପଡ଼ିଆରେ ଅନୁଷ୍ଠିତ ଦ୍ବାଦଶ ଜୟ ବାବା ବିରୂପାକ୍ଷ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଛି। ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ଅଞ୍ଚଳର ଜଣାଶୁଣା କ୍ରୀଡ଼ାଵିତ୍ ଜୟସେନ କହଁର, ସରୋଜ ଦିଗାଲ ଓ ପୂର୍ବତନ ଫୁଟବଲ ଖେଳାଳୀ ଉତ୍ତମ ଖମାରୀ ଯୋଗ ଦେଇଥିଲେ। ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ୍ ପ୍ରତିଯୋଗିତାରେ ଫିରିଙ୍ଗିଆ ବ୍ଲକର ବଛା ବଛା ୮ ଟି କ୍ଲବ୍ ଭାଗ ନେଇଥିଲେ ।ଉଦଯାପନୀ ଖେଳରେ ଜେବିବି କ୍ରିକେଟ୍ କ୍ଲବ୍ ସହିତ ଜେକେ ଷ୍ଟାର୍ କ୍ରିକେଟ୍ କ୍ଲବ୍ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଖେଳ ୧୦ ଓଭର ବିଶିଷ୍ଟ ହୋଇଥିଲା l ଫାଇନାଲ ଖେଳରେ ନିର୍ଦ୍ଧାରିତ ୧୦ ଓଭରରେ ଜେକେ ଷ୍ଟାର୍ କ୍ଳବ୍ ୫ ୱିକେଟରେ ୭୮ ରନ୍ କରିଥିବା ବେଳେ ଯେବିବି କ୍ଲବ୍ ଦିଣ୍ଡିରା ଗାଁ ନିର୍ଦ୍ଧାରିତ ୧୦ ଓଭର ରେ ୩ ୱିକେଟ୍ ବିନିମୟରେ ୭୧ ରନ୍ କରି ୭ ରନରେ ପରାଜୟ ବରଣ କରିଥିଲା।ଏଥିରେ କାଳିଆ ବିଶୋଇ ,କାମରାଜ କହଁର କ୍ରୀଡ଼ା ପରିଚାଳନା କରିଥିବା ବେଳେ ସିଲୁ ସାହୁ ତୃତୀୟ ରେଫରି ଦାୟିତ୍ଵ ତୁଲାଇଥିବା ବେଳେ ରାହୁଲ ଦୀଗାଲ୍ ଭସ୍ୟକାର୍ ଦାୟିତ୍ବ ତୁଲାଇଥିଲେ। ମୁଖ୍ୟ ଅତିଥି ଗ୍ରାମାଞ୍ଚଳ ରେ କ୍ରୀଡ଼ା ର ବିକାଶ ଉପରେ ଅଭିଭାଷଣ ରଖିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ବାରା ଏହି ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ ମାନ ପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ