୨୫ରୁ ତିନିଦିନ ବ୍ୟାପି ହେବ ନିମାପଡ଼ା ମହୋତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ମହୋତ୍ସବ କମିଟି ଓ ହେଲ୍ପଲାଇନ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଚଳିତ ବର୍ଷର ମହୋତ୍ସବ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ସାଇଲୋଟସ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ମହୋତ୍ସବ କମିଟି ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩ ଦିନିଆ ମହୋତ୍ସବକୁ ସରସ ସୁନ୍ଦର କରିବା ନିମନ୍ତେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା।ଏହି ୩ଦିନ କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓରମାସ ପକ୍ଷରୁ ପଲିଶ୍ରୀ ମେଳା ୫ ଦିନ ଧରି ଅନୁଷ୍ଠିତ ହେବ। ନିମାପଡ଼ାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ସହଯୋଗ ଉପରେ ଗୁରୁତ୍ଵାରୋପ କରାଯାଇଥିଲା।ଆସନ୍ତା ୨୫,୨୬ଓ୨୭ ତାରିଖ ତିନିଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ।ବୈଠକରେ ବିଶିଷ୍ଟ ଶିକ୍ଷାବିତ ତଥା ମହୋତ୍ସବ କମିଟର ଉପଦେଷ୍ଟା ଜଗତ୍ ପ୍ରସାଦ ସାବୁତ୍, ହେଲ୍ପଲାଇନର ସଭାପତି ଅକ୍ଷୟ କୁମାର ସାହୁ,ସମ୍ପାଦକ ନିଗମାନନ୍ଦ ସାହୁ ଏବଂ ଉପଦେଷ୍ଟା ପ୍ରତାପ କୁମାର ପାତ୍ରଙ୍କ ସମେତ ବହୁ ସଭ୍ୟ/ସଭ୍ୟା ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ