ମନରେଗା ଟଙ୍କା କୁ ନେଇ ସରପଞ୍ଚ ପ୍ରତିନିଧି ଓ ଠିକାଦାର ଙ୍କ ମଧ୍ୟରେ ହତାହାତି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ପଞ୍ଚାୟତ ରେ ମନରେଗା ଟଙ୍କା କୁ ନେଇ ସରପଞ୍ଚ ପ୍ରତିନିଧି ଓ ଠିକାଦାର ଙ୍କ ମଧ୍ୟରେ ହାତାହାତି ହୋଇଥିବା ବେଳେ ଏନେଇ ଥାନାରେ ଉଭୟ ମାମଲା ଦେଇଥିବା ଜଣାପଡିଛି l ପାଟପୁର ପୋଲିସ ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରିବା ସହ ସରପଞ୍ଚ ପ୍ରତିନିଧି ଓ ଠିକାଦାର ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ସରପଞ୍ଚ ପ୍ରତିନିଧି ଜଣଙ୍କ ହେଲେ ସିଙ୍ଗିପୁର ଗ୍ରାମର ଚନ୍ଦ୍ର ଶେଖର ମହାପାତ୍ର ଓ ଠିକାଦାର ଜଣଙ୍କ ହେଲେ ଖଇରପଦର ଗ୍ରାମର ଜଗବଳିଆ ପ୍ରଧାନ l ସୂଚନା ଯୋଗ୍ୟ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଠିକାଦାର ଜଣଙ୍କ ଏକ ପୋଖରୀ କାଯ୍ୟ କରିଥିଲେ l ଉକ୍ତ ପୋଖରୀ ଟି ଜଙ୍ଗଲ ଜମିରେ ନିର୍ମାଣ ଚାଲିଥିବା ବେଳେ କେହି ଅଭିଯୋଗ କରିବା ଦ୍ୱାରା କାଯ୍ୟଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା l ପୋଖରୀ ଟି ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ଖବର ପାଇ ସରପଞ୍ଚ ଟଙ୍କା ପଠାଇବା ପାଇଁ ମନା କରିଦେଇଥିଲେ l ଠିକାଦାର ଜଣଙ୍କ ସରପଞ୍ଚ ପ୍ରତିନିଧି ପାଖକୁ ଟଙ୍କା ଛାଡିବା ପାଇଁ କହିଥିଲେ l କିନ୍ତୁ ସରପଞ୍ଚ ପ୍ରତିନିଧି କହିଥିଲେ ତହସିଲଦାର ଙ୍କ ଠାରୁ ଜଙ୍ଗଲ ଜମି ନାହିଁ କହି ସ୍ୱୀକୃତି ଆଣିବା ପାଇଁ କହିଥିଲେ କିନ୍ତୁ ଠିକାଦାର ଜଣଙ୍କ ଯୁକ୍ତି ତର୍କ କରି ହାତାହାତି ହୋଇଥିଲେ l ଏନେଇ ଠିକାଦାର ଜଣଙ୍କ ପାଟପୁର ଥାନାରେ ଜାତି କୁ ଆକ୍ଷେପ କରି ଗାଳି କରିବା ସହ ମାରପିଟ ହୋଇଥିବା ନେଇ ଅଭିଯୋଗ କରିଥିଲେ l ଠିକାଦାର ଆସି ସରପଞ୍ଚ କୁ ଗାଳି କରିବା ସହ ମାରିପିଟ କରି ହତ୍ୟା କରିବା ପାଇଁ ଧମକ ଦେଇଥିବା ନେଇ ପାଟପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପାଟପୁର ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରି ଠିକାଦାର ଙ୍କୁ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟା୍ୟାଳୟ କୁ ଚାଲାଣ କରିଥିବା ବେଳେ ସରପଞ୍ଚ ପ୍ରତିନିଧି ଙ୍କୁ ବ୍ରହ୍ମପୁର କୋର୍ଟ କୁ ଚାଲାଣ କରିଥିବା ବେଳେ ଉଭୟ ଙ୍କ ଜାମିନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ