ଇନ୍ଦାଳୋ ଗ୍ରାମପଞ୍ଚାୟତରେ ଡାକମେଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ରାପଡା ଦକ୍ଷିଣ ଡାକ ସବଡିଭିଜନ ସ୍ତରୀୟ ମାସିକ ଡାକମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଦକ୍ଷିଣ ସବଡିଭିଜନ ଡାକ ନିରୀକ୍ଷକ ଆଦିତ୍ୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଡାକମେଳାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଡାକମଣ୍ଡଳ ଅଧିକ୍ଷକ ଦେବରାଜ ସେଠୀ, ମୁଖ୍ୟବକ୍ତା ଭାବରେ ଅମ୍ବରୀଶ ସାମଲ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ଡେରାବିଶ ବ୍ଲକ ସିଡିପିଓ ସ୍ନେହଲତା ସାହୁ, ଆଇପିପିବି ବରିଷ୍ଠ ପରିଚାଳକ ଦୁର୍ଗା ମାଧବ ପରିଡା, ଇନ୍ଦାଳୋ ପଞ୍ଚାୟତ ସରପଞ୍ଚ ଜ୍ୟୋସ୍ôନାମୟୀ ବେହେରା ପ୍ରମୁଖ ଯୋଗଦେଇ ଡାକ ବିଭାଗର ସମସ୍ତ ସ୍କିମ ଏବଂ ଏହାର ଉପଯୋଗୀତା ବିଷୟରେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ସଞ୍ଚୟ ଏବଂ ଆର୍ଥିକ ଅବସ୍ଥାର ଆତ୍ମନିର୍ଭରଶୀଳତା ବିଷୟରେ ଗ୍ରାମବାସୀଙ୍କୁ ବୁଝାଇ ଇନ୍ଦାଳୋ ପଞ୍ଚାୟତର ସମସ୍ତ ଗ୍ରାମ ତଥା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଗ୍ରାମ ଗୁଡିକୁ କିଭଳି ଭାବରେ ସଞ୍ଚୟ ଗ୍ରାମ ଏବଂ ସମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମରେ ପରିଣତ କରାଇପାରିବା ସେ ସମ୍ପର୍କରେ ଡାକ ଅଧିକ୍ଷକ ଶ୍ରୀ ସେଠୀ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଗତ ଦୁଇ ଦିନରେ ୧୨୫ଟି ସଞ୍ଚୟ ଖାତା, ୪୧ଟି ସୁକନ୍ୟା ଖାତା, ୩୬ଟି ଟିଡି ଖାତା ଖୋଲାଯାଇଥିଲା । ଏହି ମେଳାରେ ୨ଶହରୁ ଉର୍ଦ୍ଧ୍ୱ ଛୋଟ ପିଲାଙ୍କ ଆଧାର ସଂଯୋଗ କରାଯିବା ସହିତ ଏକ ହଜାରରୁ ଉର୍ଦ୍ଧ୍ୱ ଆଧାର ଏବଂ ମୋବାଇଲ ନମ୍ବର ସଂଯୋଗ, ୪ଟି ଦୂର୍ଘଟଣା ଜନିତ ବୀମା ପ୍ରିମିୟମ ପଲିସି କରାଯାଇଥିଲା । ଏହାସହିତ ୭୮ଟି ଆର.ପି.ଏଲ.ଆଇ. ପଲିସିରେ ୧ଲକ୍ଷ ୬୦ହଜାର ୫୩୮ଟଙ୍କା ଏବଂ ୭ଟି ପି.ଏଲ.ଆଇ. ପଲିସିରେ ୯୧ହଜାର ୬୦୪ଟଙ୍କା ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇନ୍ଦାଳୋ ପଞ୍ଚାୟତର ଗ୍ରାମବାସୀ ଏବଂ ଗ୍ରାମୀଣ ପୋଷ୍ଟାଲ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ