ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଜୀବ ଗାନ୍ଧୀ ସୋଶିଆଲ ଓ୍ବେଲଫେୟାର ଅର୍ଗାନାଇଜେସନ ଓ ଅର୍କଶ୍ରୀ ପକ୍ଷରୁ ଏକ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସ୍ଥାନୀୟ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଚମ୍ପାହାର ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଜ୍ୟୋତିପ୍ରକାଶ ରଥ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା, ସମାଜସେବୀ ରାଜକିଶୋର ମହାପାତ୍ର ପ୍ରମୁଖ ଯୋଗଦେଇ ଶୁଭାରମ୍ଭ କରିଥିଲେ। ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଶିବିର । ହାଇଟେକ ମେଡିକାଲର ପେଟରୋଗ, ସ୍ତ୍ରୀରୋଗ, ଶିଶୁ ରୋଗ, ମେଡିସିନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଏକ ନିଶୁଳ୍କ ସ୍ବାସ୍ଥ୍ୟସେବା ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ହାଇଟେକ ମେଡିକାଲର ମ୍ଯାନେଜିଙ୍ଗ ଟ୍ରଷ୍ଟି ଶୁଭେନ୍ଦୁ ପାଣିଗ୍ରାହୀ, ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ଉପାଧ୍ୟକ୍ଷ ମନୋଜ କୁମାର ଦାଶ, ଡଃ ପ୍ରେମାନନ୍ଦ ପଟ୍ଟନାୟକ, ଉନ୍ନୟନ ଅଧିକାରୀ ଭି.କୌର, ଡଃ ସ୍ଥିତପ୍ରଜ୍ଞା ବେଭିଆ, ଡଃ ପ୍ରିୟଙ୍କା ମହାନ୍ତି, ଡଃ ଶ୍ରେୟା ନାୟକ ଯୋଗଦେଇ ରୋଗୀ ସେବା କରିଥିଲେ।ଏତଦବ୍ୟତୀତ ଏହି ଶିବିରରେ ଲିଭର ସ୍କାନିଙ୍ଗ, ଇସିଜି, ଇକୋ , ଏଲଏଫଟି ଟେଷ୍ଟିଂ,ବ୍ଲଡ ପେସର ଚେକିଂ, ଡାଇବେଟିସ ଚେକିଂ ଇତ୍ୟାଦି ମାଗଣାରେ କରାଯାଇଥିଲା। ଏହି ଶିବିରରେ ୨୫୦ରୁ ଉର୍ଦ୍ଧ୍ବ ରୋଗୀ ମାନଙ୍କୁ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଶିବିରକୁ ପରିଚାଳନା କରିଥିଲେ ରାଜୀବଗାନ୍ଧୀ ସୋସିଆଲ ଓ୍ବେଲଫେୟାର ଅର୍ଗାନାଇଜେସନର ସଂପାଦକ ଅଜିତ କୁମାର ମଲ୍ଲିକ, ଅର୍କଶ୍ରୀର ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ, ସଭ୍ୟ ସୁରେଶ ଚନ୍ଦ୍ର ସ୍ବାଇଁ, ଲିଙ୍ଗରାଜ ନାୟକ, ସାମ୍ବାଦିକ ରିତାରାଣୀ ସେଠ୍, ସମାଜସେବୀ ନିରଞ୍ଜନ ତ୍ରିପାଠୀ, ରାନୁ ରାଓ ଏବଂ କୋଣାର୍କ ଉଚ୍ଚ ବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ପ୍ରମୁଖ ପରିଚାଳନା କରିଥିଲେ।


