ଓଡ଼ିଶା ମିଡ଼ିଆ ଆୱାର୍ଡ଼ ସମାରୋହ ୧୫ଟି ବର୍ଗରେ ୧୮ଜଣ ସମ୍ମାନିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ନମସ୍କାର କମ୍ୟୁନିଟି ମିଡ଼ିଆ ନେଟୱର୍କ ଏବଂ ୟଙ୍ଗ ଇଣ୍ଡିଆ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସଠାରେ ଦୁଇ ଦିନିଆ ଓଡ଼ିଶା ମିଡ଼ିଆ ଆୱାର୍ଡ଼ ୨୦୨୨ ସମାରୋହ ଅନୁଷ୍ଠିତ ହୋଇଥିଲା।ଆୟୋଜକ ସଂସ୍ଥା ନମସ୍କାର କମ୍ୟୁନିଟି ମିଡ଼ିଆ ନେଟୱର୍କର ମୁଖ୍ୟ ଏନ୍ ଏ ଶାହା ଅନସାରୀ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଚଳିତ ବର୍ଷର ଓଡିଶା ମିଡ଼ିଆ ଆୱାର୍ଡ ୨୦୨୨ରେ ବିରୁପାକ୍ଷ ତ୍ରିପାଠୀଙ୍କୁ ଏଡ଼ିଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଏବଂ ରବି ଦାସଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଆଜୀବନ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା । ଏଥିସହିତ ସ୍ତମ୍ଭକାର ଅଶୋକ ସାହୁ, ସମ୍ବାଦ ପାଠିକା ସୁପ୍ରିୟା ଦାସ, କାର୍ଟୁନିଷ୍ଟ ଦେବାଶିଷ ସିଂ, ସତରୁପା ସାମନ୍ତରାୟ, ଆଲୋକ କୁମାର ପତି, ଲକ୍ଷ୍ମୀ ନାରୟଣ କାନୁନଗୋ, ବିନୟ ଭୂଷଣ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ରଞ୍ଜନ ରଥ, ବିଦେଶିନୀ ପଟେଲ, ଶ୍ରେଷ୍ଠ ମିଡିଆ ଅନୁଷ୍ଠାନ ପାଇଁ ଜାଭିୟର ବିଶ୍ବବିଦ୍ୟାଳୟ, ଶ୍ରେଷ୍ଠ ଗୋଷ୍ଠୀ ବେତାର କାର୍ଯ୍ୟକ୍ରମ ପାଇଁ ରେଡିଓ ସୁରଭିର ‘ଶିକ୍ଷା ସୁରଭି’, ଫଟୋ ସାମ୍ବାଦିକ ଅରବିନ୍ଦ ମହାପାତ୍ର, ବେଷ୍ଟ ୟୂଜ ଅଫ ନିଉ ମିଡ଼ିଆ ପାଇଁ ‘ସ୍ବାସ୍ଥ୍ୟ ପ୍ଲସ’, ଖବର କାଗଜ ସଂଗ୍ରହ ପାଇଁ ପେପର ମ୍ୟାନ ଶଶାଙ୍କ ଶେଖର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ବିରଷ୍ଠ ସାମ୍ବାଦିକ ରବି ଦାସ, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ, ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଉପ ସଭାପତି ଡ଼ ଶିଶିର କୁମାର ଦାସ, ଆକ୍ସନ ଏଡ୍ର ନିର୍ଦେଶକ ସନ୍ଦୀପ ଚାଚ୍ରା, ୟୁନିସେଫର ମିଡିଆ ପରାମର୍ଶଦାତା ଶ୍ରୀମତି ଶାରଦା ଲାହାଙ୍ଗିର, ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍ ଏ ସଫିକ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମର ଭୂମିକା ଉପରେ ନିଜର ମତାମତ ରଖିଥିଲେ। ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅଂଶଗ୍ରହଣ କାରୀ ମାନେ ନିଜର ଅଭିଜ୍ଞତା କହିଥିଲେ। ଓଡିଶା ମିଡିଆ ଆୱାର୍ଡ଼ ରେ ୟୁନେସ୍କୋ, ୟୁନିସେଫ୍‌, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ ପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ। ଶେଷରେ ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ