ବୁଢ଼ା ଡଙ୍ଗର ମହୋତ୍ସବ ସମ୍ମନିତ ହେବେ ୮ ଜଣ ପ୍ରତିଭା ଓ ଭାଗ ନେବେ ୧୬ ଗୋଟି ସଂକୃତିକ ଦଳ
କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବହୁ ପ୍ରତିକ୍ଷିତ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ର ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ କୁମାର ଦାସ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।ବିଗତ ଦୁଇ ବର୍ଷ କରୋନା କଟକଣା ପରେ ଏହି ବର୍ଷ ଏହି ଉତ୍ସବ ମହା ଆଡ଼ମ୍ବରରେ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଦେଶଜ ର ଅପୂର୍ବ ମିଳନ “ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଆୟୋଜନ କରାଯାଇଥାଏ। ଏଥୀରେ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥାଏ। ଚଳିତ ବର୍ଷ ଓଡ଼ିଶୀ,ସମ୍ବଲପୁରୀ,ବାଜାସାଲ୍,ଆସାମ ର ଵିହୁ ଓ ଝୁମେର,ଗଞ୍ଜାମ ର ଯୋଡ଼ି ଶଙ୍ଖ,ଟିଟଲାଗଡ ର ଢାପ୍,ମହେଶ୍ୱର ସରାଫ ଓ ତାଙ୍କ ସାଥୀ ଙ୍କ ଘୁମୁରା,ପୁରୀ ର ଗୋଟିପୁଅ, ଜେମସା,ନୟାଗଡ଼ ର ପ୍ରସିଦ୍ଧ ଜୁମ୍ପା, ମାଦ୍ ଲି ଓ ଢୋଲ ମହୁରୀ ଏହା ସହିତ ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ,ଏକକ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ଲୋକ ମହୋତ୍ସବ ମହୋତ୍ସବପାଇଁ କେସିଙ୍ଗା ସହରର ସମସ୍ତ ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମହୋତ୍ସବ ରେ ସମ୍ମାନିତ କରାଯିବା ସହିତ ଉତ୍କୃଷ୍ଟ କାଯ୍ୟ ପାଇଁ ଜିଲ୍ଲା ର ଆଠ ଜଣ ବ୍ୟକ୍ତି ଙ୍କୁ ବିଭିନ୍ନ କ୍ଷେତ୍ର ରେ ସମ୍ମାନିତ କରାଯିବ।ଲୋକକଳା ପାଇଁ ଅନାଦି ଦେବ୍ ଗୁନିଆ,କୃଷି କ୍ଷତ୍ରରେ ମାନସ ରଞ୍ଜନ ସାହୁ ଓ ଅବନୀ ରଞ୍ଜନ ମହାପାତ୍ର,ଦିନେଶ ଜୈନ୍ ସେବା ସମ୍ମାନ ପାଇବେ ଅବିନାଶ ମୁଣ୍ଡ,ସେହିପରି ସାମ୍ବାଦିକତା କ୍ଷେତ୍ରରେ ସମ୍ମାନ ପାଇବେ ଚନ୍ଦ୍ର ଭାନୁ ମାେଲାନା ଓ ଦେବେନ୍ଦ୍ର ବିଶୀ,କଳା କ୍ଷେତ୍ରରେ କମ୍ବୁ ପାଣି ଭୋଇ ଓ ମୃଣୟି ଦାସ ସମ୍ମାନ ପାଇବେ । ଏହି ଖବରଦାତା ସମ୍ମିଳନୀରେ ଅନୁଷ୍ଠାନ ର ଅମୀୟ ନନ୍ଦ, ରମେଶ ଜେନା, ବିକ୍ରମ ବାରିକ ପ୍ରମୁଖ ଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ଥିଲେ।


