କେନ୍ଦ୍ରାପଡା ଜିଲ୍ଲା ଲନବଲ ଆସୋସିଏସନର ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଲନ ବଲ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆସୋସିଏସନର ସଭାପତି ସୟଦ ଇମତିଆଜ ଅଲ୍ଲୀ ପତକା ଉତ୍ତୋଳନ କରି ଏହି ଶିବିରକୁ ଉଦଘାଟନ କରିଥିଲେ । ଉପସଭାପତି ସୁରେନ୍ଦ୍ର ନାଥ, ଜ୍ୟୋତିର୍ମୟ ଦାସ, ଦେବେନ୍ଦ୍ର କିସୋର ସାହୁ, ସମ୍ପାଦକ ନିଗମାନନ୍ଦ ଆଚାର୍ଯ୍ୟ, ସହ ସମ୍ପାଦକ ସେକ ସୈାକତ ଖାନ, ଯୁଗ୍ମ ସମ୍ପାଦକ ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ସସ୍ମିତା ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ହୃଷିକେଶ ଲେଙ୍କା,ବିବେକାନନ୍ଦ ଆଚାର୍ଯ୍ୟ, ପ୍ରସାନ୍ତ କୁମାର ସିଂ, ମୀର ମହମ୍ମଦ ଅମୀର, ସେକ ଲିଆକତ ଅଲ୍ଲୀ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରୁ ୩୦ଜଣ ବାଳକ ଓ ବାଳିକାମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଶିବିରରେ କୋଚ ଭାବରେ ସେକ ସୈାକତ ଖାନ ଯୋଗଦେଇ ଶିବିରାର୍ôଥମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।