କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ନିରୀକ୍ଷଣ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟ ଓ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜନମଙ୍ଗଳକାରୀ ସରକାରୀ ଯୋଜନାର ନିରିକ୍ଷଣ କରିଥିଲେ । ଅପରାହ୍ନରେ ଜିଲ୍ଲା ପଦକ୍ଷଣ ଭବନରେ ପହଞ୍ôଚବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗ ସୁରେଶ ଚନ୍ଦ୍ର ଦଳାଇଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ନିରୀକ୍ଷଣ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦୂର୍ଗାପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଜିଲା୍ଲ ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବେଷାମରିକ ଯୋଗାଣ ବିଭାଗ, ଜିଲ୍ଲା ପଞ୍ଚାୟତ, ସାମାଜିକ ସୁରକ୍ଷା, ସମାଜମଙ୍ଗଳ, ପରିବହନ, ସଂସ୍କୃତି, ଜରୁରୀ କାଳୀନ ବିଭାଗ, ମିଶନ ଶକ୍ତି, ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଅବକାରୀ, ସୂଚନା ଓ ଲୋକ ସମ୍ପର୍କ, ସ୍ୱଳ୍ପ ସଞ୍ଚୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜନମଙ୍ଗଳକାରୀ ଯୋଜନା ଗୁଡିକର ସଫଳ ରୂପାୟନ ଓ ଲୋକାଭିମୂଖୀ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନେ କର୍ତ୍ତବ୍ୟନିଷ୍ଠ ହୋଇ କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଥିଲେ । ପେନସନ, ଆଇ.ଆର. , ଏ.ଆର. ପାରା ଗୁଡିକୁ ସମାଧାନକରିବା ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଅବସର ନେବା ଦିନହିଁ ପ୍ରୋଭିଜିନାଲ ପେନସନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଗସ୍ତ ସମୟରେ ଯେ କୌଣସି କାର୍ଯ୍ୟାଳୟ ଗୁଡିକୁ ଯାଇ ତା’ର ତଦାରଖ କଲେ ଲୋକମାନଙ୍କ ଅସୁବିଧା ଗୁଡିକୁ ସମାଧାନ କରିବାକୁ ଅଧିକାରୀମାନେ ତତ୍ପର ହେବେ ବୋଲି ଁ ପରାମର୍ଶ ଦେଇଥିଲେ । ‘ମୋ ସରକାର’ ଯୋଜନାକୁ ଫଳବତି କରିବା ପାଇଁଁ ପ୍ରତ୍ୟେକ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପାଇଁ ବୈଠକ ଘର, ପିଇବା ପାଣି ଆଦିର ବ୍ୟବସ୍ଥା ସହ ଅସୁବିଧାର ସମାଧାନ ପାଇଁ ବ୍ୟବସ୍ଥା କରିବା ସହ ଗୋଟିଏ ରେଜିଷ୍ଟରରେ ପଞ୍ଜିକରଣ କରିବା ଆବଶ୍ୟକ ବୋଲି କହିଥିଲେ । ଧାନ ସଂଗ୍ରହ, ମତ୍ସ୍ୟ ଚାଷ, କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ବିକ୍ରିବଟା ପାଇଁ ସ୍ୱଂୟ ସହାୟିକା ଗୋଷ୍ଠି ଗୁଡିକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଙ୍ଗନୱାଡି ଗୃହ ଓ ମିଶନଶକ୍ତି ଭବନ ନିର୍ମାଣସହ ସେଠାରେ ପାନୀୟଜଳ, ବିଦ୍ୟୁତ ଓ ଶୌଚାଳୟର ବ୍ୟବସ୍ଥା କରିବାକୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିବହନ ଓ ଅବକାରୀ ବିଭାଗକୁ ବାର୍ଷିର୍କ ରାଜସ୍ୱ ଆଦାୟର ଅଟକଳ ଠାରୁ ଅଧିକ ରାଜସ୍ୱ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସ୍ୱଳ୍ପ ସଂଞ୍ଚୟ ବିଭାଗ ଅଧିକ ଅର୍ଥର ଲଟେରୀ ଟିକେଟ ବିକ୍ରି ଧାର୍ଯ୍ୟ ଲକ୍ଷ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଜମି ଅଧିଗ୍ରହଣ ବିଭାଗ ତଥା ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ ।


