ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରତିଷ୍ଠାର ୫୦ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଶାଖା ପକ୍ଷରୁ ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିଛି । ଏହି ଅବସରରେ ଏକ ବିଶାଳ କାର ଋଣ ମେଳାର ଆୟୋଜିତ ହୋଇଥିଲା ।ଏଥିରେ ବିଭିନ୍ନ ନାମୀ ଦାମୀ କମ୍ପାନୀର କାର୍ ସବୁ ପ୍ରଦର୍ଶନ କରାଯାଇଥିଲା । ଗ୍ରାହକମାନେ ଏକ ସମୟରେ ଅନେକ ଗାଡ଼ିମାନଙ୍କର ଦେଖିବା ଏବଂ ଏହା ସମ୍ପର୍କରେ ବୁଝିବାର ସୁଯୋଗ ପାଇଥିଲେ । ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଦାସ ଏହି ଋଣ ମେଳାକୁ ଉଦ୍‌ଘାଟନ କରିଥିଲେ । ସ୍ୱର୍ଣ୍ଣ ଜୟନ୍ତୀ ପାଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଗ୍ରାହକ ସମ୍ମିଳନୀ, ଜନ୍ମଦିନ କେକ୍ କାଟିବା, ଶାଖାକୁ ରଙ୍ଗୀନ କରି ସଜାଇବା ଇତ୍ୟାଦି କରାଯାଇଥିଲା । ଏହି ଅବସରରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବାଲେଶ୍ୱର ଶାଖା ତରଫରୁ ମିଶନ ପଡ଼ିଆସ୍ଥିତ ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନରେ ଦିବ୍ୟାଙ୍ଗ ସ୍କୁଲ୍ ପିଲାଙ୍କ ଉଦ୍ଦେଶ୍ୟରେ ବ୍ୟାଙ୍କ୍ ତରଫରୁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖାର ସମସ୍ତ ପରିବାର, ଗ୍ରାହକ ଏବଂ ବାଲେଶ୍ୱର ସହରର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟାଙ୍କ୍‌ର ଆଞ୍ଚଳିକ ଉପ-ପ୍ରବନ୍ଧକ ସତ୍ୟରଞ୍ଜନ ଦାସ, ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ ଚନ୍ଦ୍ର ପରିଡ଼ା ଏବଂ ସହକର୍ମୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ