ବନ୍ତିଲୋ ହାଇସ୍କୁଲ ର ୨୦୦୬ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବନ୍ତିଲୋ ହାଇସ୍କୁଲ ର ୨୦୦୬ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଜାହାନିଆ ପୀର ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ କୁମାର ବେହେରା, ଅଜୟ କୁମାର ରାଉତ, ତ୍ରିଲୋଚନ ବେହେରା,ଜ୍ୟୋତି ରଂଜନ ନାୟକ, ରାଜେଶ କୁମାର ନାୟକ, ଜୟକୃଷ୍ଣ ସ୍ଵାଇଁ, ବଚନ କୁମାର ସେଠୀ, ବାବୁଲି ବେହେରା, ଭ୍ରମରବର ବାରିକ, ସୁଧୀର ବେହେରା, ଚିନ୍ମୟ ବିଶ୍ବାଳ, କ୍ଷୀରୋଦ ମହାରଣା, ମୋନାଲିସା ବେହେରା, ସୌଦାମିନୀ ପ୍ରଧାନ, ସକୁନ୍ତଳା ରାଉତ, କବିତା ନାୟକ ପ୍ରମୁଖ ଯୋଗଦାନ କରି ଅତୀତ ର ସ୍ମୃତି ଚାରଣ କରିଥିଲେ।ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ସବୁ ସାଙ୍ଗ ମାନେ ଏକାଠି ହେବାକୁ ଘୋଷଣା କରା ଯାଇଥିଲା। ଶେଷରେ ସମସ୍ତେ ବଣ ଭୋଜି ରେ ଭାଗନେଇ ଦିନ ଟିକୁ ବେଶ ଉପଭୋଗ କରିଥିଲେ।


