ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଚାକିରୀ ଚୟନ କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହା ବିଦ୍ୟାଳୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଚାକିରୀ ଚୟନ ସମ୍ବନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରୀ ମାନେ ଡିଗ୍ରୀ ହାସଲ କରି ସାରିବା ପରେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଓ ଏକ ସୁନ୍ଦର ତଥା ଯୋଗ୍ୟ କର୍ମ ସଂସ୍ଥାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଚୟନ କରିବା ପାଇଁ ଉପଦେଶ ଦେଇଥିଲେ। ସର୍ଵ ଭାରତୀୟ ସ୍ତରରେ ଚାକିରୀ ସୁବିଧା ଓ ଆର୍ଥିକ ସ୍ୱଚ୍ଛଳତା ତଥା ଆର୍ଥିକ ସ୍ୱାଧୀନତା ପାଇଁ ପ୍ରଥମେ ସାମରିକ ବାହିନୀର ସଙ୍ଘଠନ ଗୁଡିକ ଓ ଦ୍ୱିତୀୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସର୍ବୋତ୍ତମ ସୁଯୋଗ ପ୍ରଦାନ କରୁଛନ୍ତି।କାରଣ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କରେ ୩୨ ଗୋଟି ଶାଖା ରହିଛି।ଯେଉଁଠି ଆସିଷ୍ଟାଣ୍ଡ ମ୍ୟାନେଜର ଓ ମ୍ୟାନେଜର ଚାକିରୀ ପାଇଁ ଛାତ୍ରୀମାନେ ଆବେଦନ କରି ପାରିବେ।ଆର ବି ଆଇ ରେ ଚାକିରୀ ଆବେଦନ ବର୍ଷକୁ ଥରେ ତିନୋଟି ପର୍ଯ୍ୟାୟରେ ପ୍ରାଥମିକ ପରୀକ୍ଷା,ମୁଖ୍ୟ ଏବଂ ସାକ୍ଷାତକାରରେ ଅନୁଷ୍ଠିତ ହୋଇଥାଏ।ଏଥିରେ ଵସ୍ତୁନିଷ୍ଠ ଓ ରଚନାତ୍ମକ ପ୍ରଶ୍ନ ପଡିଥାଏ। ଛାତ୍ରୀ ମାନେ ଦୃଢ଼ନିଶ୍ଚିତ ହେଲେ ଏହି ଚାକିରୀ ପାଇଁ ଆବେଦନ କରି କୃତକାର୍ଯ୍ୟ ହୋଇ ପାରିବେ ବୋଲି କର୍ମକର୍ତ୍ତାଗଣ ପ୍ରୋତ୍ସ।ହନ କରିଥିଲେ।କର୍ମଶାଳାଟି ଚାକିରୀ କାଉନସିଲିଂ ପାଇଁ ଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଥିଲା।ଏହି କର୍ମଶାଳାରେ ନବଘନ ରାଉତ ଆସିଷ୍ଟାଣ୍ଡ ମ୍ୟାନେଜର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହେଶ୍ବର ମଣ୍ଡଳ ଏଲ ଡି ଏମ୍ ପାରଳାଖେମୁଣ୍ଡି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ ଅଫିସର ମୋହିତ ଅଗ୍ରୱାଲ ସୂଚନା ପ୍ରଦାନ କରିଥିବା ବେଳେ ସୁଶ୍ରୀ ହେମପ୍ରିୟା ମ୍ୟାନେଜର ଭାରତୀୟ ରିଜର୍ଭ ବ୍ୟାଙ୍କ ଛାତ୍ରୀମାନଙ୍କୁ ପ୍ରଶ୍ନତ୍ତର ମାଧ୍ୟମରେ ଚାକିରୀର ସୁବିଧା ଓ ସୁଯୋଗ ସମ୍ବନ୍ଧରେ ଅବଗତ ହୋଇଥିଲେ। ଶେଷରେ ମହିଳା ସ୍ନାତକ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରୀନା ସାହୁ ଅତିଥି ମାନେ ଏକ ଉପାଦେୟ କର୍ମଶାଳା ଅନୁଷ୍ଠିତ କରି ଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ ସହାୟକ ହୋଇଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ଓ ସଞ୍ଜୟ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ