ବିଶ୍ବ ହକି କପ୍ ଟ୍ରଫିକୁ ଗଜପତି ଜିଲ୍ଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶାରେ ଆୟୋଜନ ହେବାକୁ ଯାଉଛି ଆସନ୍ତା ୨୦୨୩ ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ଵକପ ହକି ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ଵକପର ମ୍ଯାଚଗୁଡିକ ଅନୁଷ୍ଠିତ ହେବ । ୧୬ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରିବେ । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହା ପୂର୍ବରୁ ହକି ବିଶ୍ଵକପ ଟ୍ରଫିକୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯାଇଛି । ଏହିଭଳି ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବିଶ୍ଵକପ ହକି ଟ୍ରଫିକୁ ସ୍ଵାଗତ କରାଯାଉଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ବୁଧବାର ପୂର୍ବାହ୍ନ ୧୧ ଟାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମହୋନା ବ୍ଲକ ଅନ୍ତର୍ଗତ ତପ୍ତପାଣି ଘାଟି ଠାରେ ବିଶ୍ଵକପ ଟ୍ରଫିକୁ ସ୍ଵାଗତ କରଯାଇଥିଲା । ଏହାପରେ ମହୋନା ବ୍ଲକ ଅଫିସ ସମୁଖରେ ଟ୍ରଫିକୁ ଛାତ୍ର ଛାତ୍ରୀ ଏବଂ ଅନ୍ୟମାନେ ସ୍ଵାଗତ କରିଥିଲେ ।ଏହାପରେ ମହୋନା ବ୍ଲକ ଠାରେ ସ୍ବାଗତ କରାଯିବା ପରେ ମହୋନା ବ୍ଲକ ସହର ପରିକ୍ରମା କରିଥିଲା । ଏହି ସମୟରେ ମାନ୍ୟବର ମହୋନା ବିଧାୟକ ଶ୍ରୀଯୁକ୍ତ ଭାଗିରଥି ଗମାଙ୍ଗ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ବିଡିଓ ତପସ୍ଵିନୀ ହାଂସାଦା ,ସ୍ଥାନୀୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତରହି ସ୍ୱାଗତ କରିଥିଲେ।ପରେପରେ ବିଶ୍ବ ହକିକପ୍ ଟ୍ରଫି ଜିରାଙ୍ଗ , ଆର୍ ଉଦୟଗିରି, ଖଜୁରୀପଦା , ରାୟଗଡ଼ ଦେଇ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଫରେଷ୍ଟ୍ ଗେଟ ଠାରେ ହକି ଏହି ସମୟରେ ଏନ୍.ସି.ସି., ସ୍କାଉଟ୍, ଗାଇଡ୍, କ୍ୟାଡେଟ୍ସ, ଛାତ୍ରଛାତ୍ରୀ, କଳାକାର ଓ ଜନତା ସ୍ବାଗତ କରିଥିଲେ ।ଆଜିର ଏହି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ,ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ଵାତୀ କେ କୁମାର,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତ୍ରିପତୀ ରାଓ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ନିର୍ମଳା ସେଠୀ, ଏସଡିସି ଅଧ୍ୟକ୍ଷା ଶ୍ରୀମତୀ ମାରୀୟମ ରଇତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରମାଞ୍ଚଳ ଖମାରୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଆଲୋକ କୁମାର ପ୍ରଧାନ, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ନଟବର ଗରଡ଼ା, ଜିଲ୍ଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଗଣ,ସମସ୍ତ ଜନ ପ୍ରତିନିଧି, ସାମ୍ବାଦିକ ବନ୍ଧୁଗଣ, କ୍ରୀଡାବିତ୍, ମିଶନ ଶକ୍ତି ବିଭାଗର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ, ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନ ସାଧାରଣ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ବିଶ୍ବ ହକିକପ୍ କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଜିଲ୍ଲାବାସୀ ହକି ବିଶ୍ବକପ୍ କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିବାରୁ ସମସ୍ତଙ୍କୁ ଜିଲ୍ଲାପାଳ ଶ୍ରୀ ପଣ୍ଡା କୃତଜ୍ଞତା ଜଣାଇଥିଲେ ।ବିଶ୍ବକପ୍ ଟ୍ରଫି ପହଞ୍ଚିଥିଲା। ଟ୍ରଫିକୁ ସ୍ବାଗତ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା ।ଗଜପତି ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ପକ୍ଷରୁ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଛି। ହଜାର ହଜାର ଦର୍ଶକ ଟ୍ରଫିକୁ ଦେଖିବା ସହ ଚକ୍ ଦେ ଇଣ୍ଡିଆ ଧ୍ବନୀ ଦେଇଥିଲେ । ଗଜପତି ଷ୍ଟାଡିୟମ୍ ଖେଳପଡିଆ ଠାରେ ହକି ବିଶ୍ବକପ୍ ଟ୍ରଫିକୁ ସ୍ବାଗତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ