ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ନାଟକ ଗୋଟିଏ କାହାଣୀ ମଞ୍ଚସ୍ଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ କ୍ରିଏଟିଭ ଆର୍ଟସ ନାଟ୍ୟ ସଙ୍ଗଠନ ଦ୍ବାରା ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଶିଷ୍ଟ ଶିଳ୍ପପତି ତିରୁପତି ପାଣିଗ୍ରାହୀ, ବରିଷ୍ଟ ବିଜେଡି ନେତା ତଥା ଭକ୍ତି ସଙ୍ଗୀତ ସଂସଦ ସଭାପତି ବସନ୍ତ ଦାସ ମଞ୍ଚାସୀନ ଥିଲେ, ସ୍ଥାୟୀ ମଞ୍ଚ ନଥିବା ଯୋଗୁଁ ଅସୁବିଧା ପରେ ମଧ୍ୟ ବିଭିନ୍ନ ଜିଲ୍ଲାରୁ ନାଟ୍ୟ ଦଳ ଆଣି ନାଟକ ପରମ୍ପରା ବଜାୟ ରଖିବା ପାଇଁ ଅତିଥି ମାନେ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ , ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଯୁଗ୍ମ ସଂପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ ସଂପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ, ସ୍ବାମୀ ଓ ସ୍ତ୍ରୀ ମୁଦ୍ରା ର ଦୁଇ ପାର୍ଶ୍ଵ ଉଭୟ ଙ୍କ ମଧ୍ୟରେ ପ୍ରେମ ଯେତିକି ରହିବ ବନ୍ଧୁତ୍ୱ ମଧ୍ୟ ସେତିକି ରହିବା ଦରକାର, ଯଦି ଜଣେ ଭାଙ୍ଗି ଯିବ ଅନ୍ୟ ଜଣେ ପଙ୍ଗୁ ହେଇଯାଏ ଏପରି ଏକ କାହାଣୀ କୁ ନେଇ ଭୁବନେଶ୍ୱର ପଞ୍ଚଧ୍ଵନି ନାଟ୍ୟ ଅନୁଷ୍ଠାନ ର କଳାକାର ମାନେ ପରିବେଷଣ କରିଥିଲେ ନାଟକ ” ଗୋଟାଏ କାହାଣୀ”। ନାଟକ କୁ ଦୀପ୍ତି ରଞ୍ଜନ ଦାଶ ନିର୍ଦ୍ଦେଶନା ଦେଇଥିବା ବେଳେ କଳାକାର ଙ୍କ ସୁନ୍ଦର୍ ଅଭିନୟ ରେ ଦର୍ଶକ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ