ବାଇକ୍ କୁ ପଛରୁ ପିଟିଲା ବସ୍;ବାଇକ ଚାଳକ ଅତି ଗୁରୁତର ନେଇ ଉତ୍ୟକ୍ତ ଲୋକଙ୍କ ଦ୍ବାରା ବସ୍ ପୋଡ଼ି
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ଜୁବୁଲି ପେଟ୍ରୋଲ ପମ୍ପ ପାଖରେ ବାଇକ ଚାଳକ ଠିଆ ହୋଇଥିବାବେଳେ ହଠାତ୍ ପଛପଟୁ ଘରୋଇ ରଞ୍ଜିତା ବସ ଧକ୍କା ଦେବା ଫଳରେ ବାଇକ୍ ଚାଳକର ଗୋଡ଼ କଟି ଯାଇଥିଲା ।ମୂର୍ମୂଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଲୋମହର୍ଷଣକାରୀ ଦୃଶ୍ୟ ଦେଖି ଉତ୍ୟକ୍ତ କିଛି ଲୋକ ବସଟିକୁ ନିଆଁ ଜଳାଇ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଦମକଳଗାଡି ପହଞ୍ଚିଲା । ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ତଦନ୍ତ କରୁଛି । ଆଇନକୁ ଉଲ୍ଲଘଂନ କରି ହାତକୁ ନେଇଥିବା ଦୁର୍ବୃତ୍ତଙ୍କ ଉପରେ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ଗୁରୁତର ଜଣକ ଚାନ୍ଦୁଆ ଅଂଚଳର ବୋଲି ଜଣା ପଡିଛି ।


