ରମାକାନ୍ତ ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ
ବାଲେଶ୍ୱର, (ସରୋଜ ପଣ୍ଡା):ଧର୍ମ ପରାୟଣ ବ୍ୟକ୍ତି ସ୍ୱର୍ଗତ ରମାକାନ୍ତ ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସହରର କାଳୀମନ୍ଦିର ନିକଟ ସାଇ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପାଣିଗ୍ରାହୀଙ୍କ ବଡ ପୁଅ ଶାନ୍ତନୁ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ସ୍ୱର୍ଗତ ପାଣିରଗ୍ରାହୀଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ‘ସ୍ମୃତିରେ ମୋ ବାପା’ସ୍ମରଣିକାକୁ ଶ୍ରୀ ଜେନା ଉନ୍ମୋଚନ କରିଥିଲେ । ଉଦୟ ନାରାୟଣ ଦାସ, ବିଶ୍ୱଜିତ ମହାପାତ୍ର,ଶରତ ମହାପାତ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାସମୁନ ଜ୍ଞାପନ କରିଥିଲେ । ସେଠାରେ ବେଦମାତା ଗାୟତ୍ରୀ ପରିବାର ପକ୍ଷରୁ ଯଜ୍ଞ କର୍ମକାଣ୍ଡହେମନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପୁତ୍ର ଶାନ୍ତନୁ ପାଣିଗ୍ରାହୀ ପୁତ୍ରବୋଧୂ ସରିତା ପାଣିଗ୍ରାହୀ, ନାତି ଶୁଭମ ପାଣିଗ୍ରାହୀ, ନାତୁଣୀ ବୋହୂ ସ୍ମୃତି ସ୍ମରଣିକା ମହାପାତ୍ର, ନାତୁଣୀ ସୁନୀତା ପାଣିଗ୍ରାହୀ, କନ୍ୟା ପୁଷ୍ପା ପଣ୍ଡା, ସ୍ନିଗ୍ଧା ପଣ୍ଡା, ସ୍ମିତା ପଣ୍ଡା ପ୍ରମୁଖଙ୍କ ସମେତ ଜ୍ଞାତି କୁଟୁମ୍ବ, ସମ୍ପର୍କୀୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


