ଗଣିତ ଶିକ୍ଷକ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକଲେ ମହିଳା ଗୋଷ୍ଠୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍‌ଚ ଅଥବା ସିବିଆଇ ତଦନ୍ତ କରାଯାଉ ବୋଲି କଣିଆରୀ ଗ୍ରାମର ମହିଳାମାନେ ଦାବି କରିଚନ୍ତି । ଆଜି କଣିଆରି ଗ୍ରାମର ମନ୍ଦିର ନିକଟରେ ୫୦ରୁ ଉର୍ଦ୍ଧ ମହିଳା ଏକ ବୈଠକ କରି ଏହି ହତ୍ୟାକାଣ୍ଡରେ ତାଙ୍କ ଗାଁର ଅରୁପ ଜେନାଙ୍କୁ ମିଛରେ ଫସାଇ ଦିଆଯାଇ ମୁଖ୍ୟ ଅଭିଯୁକ୍ତ ସଜାଇ ଦିଆଯାଇଛି । ଏହି ହତ୍ୟାକାଣ୍ଡର ପ୍ରକୃତ ଆସାମୀ ମାନେ ଖୁଲାମ ଖୁଲା ବୁଲୁଥିବାବେଳେ ପୁଲିସ ସେମାନଙ୍କୁ ଧରୁନି ବୋଲି ସେମାନେ ଅଭିଯୋଗ କରି ପୁଲିସ ଉପରୁ ଆସ୍ଥା ହରାଇବା ସହିତ ଏହାର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ କରୁ ବୋଲି ଦାବି କରିଛନ୍ତି । ଆଜି ଗ୍ରାମର ୱାର୍ଡସଭ୍ୟା ଭାରତୀ ଯେନା, ନୟନୀ ଯେନା, ଇନ୍ଦ୍ରପ୍ରୀୟଦର୍ଶନୀ ଯେନା, ପ୍ରୀୟାରାଣୀ ଯେନା, ଖଡିକା ଯେନା, ଯମୁନା ଯେନା, ଭାରତୀ ଯେନା, ଶାନ୍ତିଲତା ଯେନା, ଭଜନି ଯେନା, ଦେବୀରାଣୀ ଯେନା, କବିତା ଯେନା, ମୁକ୍ତା ଯେନା, ଦୀପାରାଣୀ ଯେନାଙ୍କ ସମେତ ୫୦ରୁ ଉର୍ଦ୍ଧ ମହିଳା ଏକଯୁଟ ହୋଇ ଏହି ଦାବି କରିଥିବାବେଳେ ଯଦି ପୁଲିସ ପ୍ରଶାସନ ଯଦି ଏନେଇ କିଛି ପଦକ୍ଷେପ ନନିଏ ତେବେ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ନିଷ୍ପତି ନେଇଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ଢ଼େଙ୍କା ହାଇସ୍କୁଲର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ମରୈଗାଁ ବଜାରରେ ଥିବା ତାଙ୍କ ଭଡାଘରେ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୁଲିସ କଣିଆରୀ ଗ୍ରାମର ଅରୁପ ଯେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୃତ ଶିକ୍ଷକଙ୍କ ନିକଟରୁ ମିଳିଥିବା ରକ୍ତଭିଜା ଛରୀଟି ଅରୁପ ଅନଲାଇନ ମାଧ୍ୟମରେ ମଗାଇଥିବା ଓ ମୃତଦେହ ନିକଟରୁ ମିଳିଥିବା ହାତବଳା ଟି ଅରୁପର ବୋଲି ପୁଲିସ ଜାଣିବାପରେ ପୁଲିସ ଅରୁପକୁ ଆଣି ପଚରା ଉଚୁରା କରିବା ପରେ ଗିରଫ କରିଥିଲା ବୋଲି ପୁଲିସ କହିଥିଲା । ଏ ସମ୍ପର୍କରେ ଜଣେ ପୁଳିସ ଅଫିସରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୁଲିସ ଉପଯୁକ୍ତ ତଥ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି । ଯଦି ଅନ୍ୟକେହି ସଂପୃକ୍ତ ଅଛନ୍ତି ବୋଲି ସେମାନେ କହୁଛନ୍ତି ତେବେ ତଥ୍ୟ ଓ ପ୍ରମାଣ ପୁଲିସକୁ ଦିଅନ୍ତୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ