ଅଧିବକ୍ତା ଉମାକାନ୍ତଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜୟଦେବ ବିହାରସ୍ଥିତ ବାଲାଜୀ ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧିବକ୍ତା, ସମାଜସେବୀ ଉମାକାନ୍ତ ତାଣ୍ଡିଙ୍କୁ ଉଲ୍ଲେଖନୀୟ ସମାଜସେବା ପାଇଁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ନାରାୟଣ ସେବା ଫାଉଣ୍ଡେସନ୍ର ସମ୍ପାଦିକା ସମିତା ମହରଣା, ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମାଜସେବୀ ସମୀର ମହାପାତ୍ର ଉପସ୍ଥିତ ରହିବା ସହ ଅସହାୟ, ଅଭାବୀ ବ୍ୟକ୍ତିଙ୍କ ସେବା କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କବିତା ଘଡ଼େଇ ଓ ସୀତାଂଶୁ ମହାରଣା ।


