ଦିଗପହଣ୍ଡି ରେ ଧାନ ମଣ୍ଡି ରେ ଅବ୍ୟବସ୍ଥା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରେ ଧାନ ମଣ୍ଡି ଗୁଡିକରେ ନାନା ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ଧାନ ସଂଗ୍ରହରେ ନାନା ଅବ୍ୟବସ୍ଥା ଲାଗିରହିଛି। ଧାନ କ୍ରୟ ରେ ଚାଷୀ ଙ୍କୁ ଶୋଷଣ କରାଯାଉଛି। ଏହାର ପ୍ରତିବାଦ ରେ ଓଡିଶା କୃଷକ ସଭା, ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ସିପକ କୁମାର ପାତ୍ର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଭାର କାର୍ଯ୍ୟ କର୍ତ୍ତା ସୁଶାନ୍ତ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଶ୍ୱିନୀ କୁମାର ଦାସ ଓ ଆଇନଜୀବୀ କୁରେଶୁ ପଣ୍ଡା ଅତିଥିଭାବେ ଯୋଗ ଦେଇ ଦିଗପହଣ୍ଡି ବ୍ଲକର ଚାଷୀ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଚାଷୀ ମାନଙ୍କୁ ଧାନ ସଂଗ୍ରହ ପାଇଁ ଅଖା ବାବଦକୁ ଟଙ୍କା ନମିଳିବା, ପରିବହନ ଖର୍ଚ୍ଚ ସାଙ୍ଗକୁ ଖଲାସୀ ଖର୍ଚ୍ଚ ନମିଳିବା, ପ୍ରତି ଧାନ ମଣ୍ଡି ରେ କୁଇଣ୍ଟାଲ ପିଛା ୩/୪ କେଜି ଧାନ କାଟି ଓଜନ କରିବା, ଟୋକେନ ମିଳିବାର ସୂଚନା ଚାଷୀ ମାନେ ନପାଇବା, ମଣ୍ଡିରେ ପିଣ୍ଡି ବ୍ୟବସ୍ଥା ନଥିବା କାରଣରୁ ଦଲାଲ ମାନେ ଚାଷୀ ଙ୍କ ଠାରୁ କମ ଦାମରେ ଧାନ କିଣିବା ନେଇ ଚାଷୀ କୁଳ କ୍ଷତି ଭରଣା କରୁଥିବା ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ। କୃଷକ ସଭା ଶାଖା ସମ୍ପାଦକ ତଥା ଆଇନଜୀବୀ ପି. ଶିବ ଶଙ୍କରଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଚାଷୀ ସଭାରେ ଉପସ୍ଥିତ ଥିଲେ। ଓଡ଼ିଶା କୃଷକ ସଭାର ସଦସ୍ୟ ଶଶି ଭୂଷଣ ରଥ, ହରିଶ୍ଚନ୍ଦ୍ର ସାହୁ,ପୁଷ୍ପଧ୍ୱଜ ସାହୁ, ଭି. ସୁଦର୍ଶନ ରାଜୁ,ରମାକାନ୍ତ ପ୍ରଧାନ, ମିଟୁ ଚଣ୍ଡ, ଲିଙ୍ଗରାଜ ଶବର, ଅର୍ଦୁ. ଘନ, ଅର୍ଦୁ. ସୂର୍ଯ୍ୟ ନାରାୟଣ, ଅର୍ଦୁ .ଗଣେଶ, ଅର୍ଦୁ. ହରି,ଘନଶ୍ୟାମ ଦୋରା, ଇପିଲି ନାରାୟଣ,ଏମ. ବିଭୁ, ଇ. ସୀମା,ସୀତାରାମ ଶବର,ଆଲୁ କୁରେଶୁ, ଏ. ଇରେସୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


