ଗଞ୍ଜାମ ଜିଲା ଦୌରା ଜଜ ଙ୍କ ଦିଗପହଣ୍ଡି ଗସ୍ତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଗୁରୁବାର ଦିଗପହଣ୍ଡି ଗସ୍ତ କରିଛନ୍ତି। ଦିଗପହଣ୍ଡି ଠାରେ ସବଜଜ୍ କୋର୍ଟ ଖୋଲିବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଓଡିଶା ଉଚ୍ଚ ନ୍ଯାୟାଳୟଙ୍କ ଆଦେଶ କ୍ରମେ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲା ଦୌରାଜଜ ଦିଗପହଣ୍ଡି କୋର୍ଟରେ ପହଞ୍ଚି ସବିଶେଷ ରିପୋର୍ଟ ସଂଗ୍ରହ କରିଛନ୍ତି।ସବଜଜ୍ କୋର୍ଟ ଖୋଲିବା ପାଇଁ ଆବଶ୍ଯକୀୟ କୋର୍ଟହଲ, ଅଫିସରୁମ, ବିଚାରପତି ଙ୍କ ଚ୍ଯାମ୍ବର ଆଦି ସଂକ୍ରାନ୍ତରେ ଓକିଲ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ।ଆଲୋଚନା ସମୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ହିଞ୍ଜିଳି ଏବଂ ପୁରୁଷୋତ୍ତମ ପୁର ଠାରେ ସବଜଜ୍ କୋର୍ଟ ଏକକାଳୀନ ଖୋଲିବା ପାଇଁ ଉଚ୍ଚ ନ୍ଯାୟାଳୟ ଚାହୁଁଥିବା ଜଣାପଡିବା ପରେ ଓକିଲ ସଂଘ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।ଏପରିକି କୋର୍ଟ ଖୋଲିବା ପାଇଁ ସଂଘ ତାହାର ନିଜସ୍ଵ କାର୍ଯ୍ଯାଳୟର ତଳ ମହଲାକୁ ହସ୍ତାନ୍ତର କରିବାକୁ ମଧ୍ୟ ସମ୍ମତି ପ୍ରଦାନ କରିଛି।ଶୁକ୍ରବାର ସଂଘର ଜରୁରୀ ବୈଠକ ବସି ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯିବ ବୋଲି ଓକିଲ ସଂଘ ସଭାପତି ଏ.ସୋମେଶ୍ବର ରାଓ ଜଣାଇଛନ୍ତି।ଜିଲା ଜଜଙ୍କ ସହ ଆଲୋଚନା ସମୟରେ ବ୍ରହ୍ମପୁର କୋର୍ଟ ର ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର, କୋର୍ଟ ମ୍ଯାନେଜର ମୋନାଲିସା ମହାପାତ୍ର, ଦିଗପହଣ୍ଡି ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ, ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ, ରସାନନ୍ଦ ରାଉତ, ରବିନ୍ଦ୍ର ନାଥ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ରତ୍ନାକର ମେକାପ, ପରେଶ ଚନ୍ଦ୍ର ରଥଙ୍କ ସମେତ ସମ୍ପାଦକ ପ୍ରହଲ୍ଲାଦ ପ୍ରଧାନ, ଅଶେଷ ନାଥ ମିଶ୍ର, ହରପ୍ରସାଦ ରଥ, ସନ୍ତୋଷ କୁମାର ସାହୁ, ମନୋରଞ୍ଜନ ପଣ୍ଡା, ରଞ୍ଜନ କୁମାର ବେହେରା, ହେମନ୍ତ କୁମାର ପାଣିଗ୍ରାହୀ, ସିମାଞ୍ଚଳ ପ୍ରଧାନ, ପ୍ରିୟରଞ୍ଜନ ପଟ୍ଟନାୟକ, ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ।


