ନିଖୋଜ ବୃଦ୍ଧା ଙ୍କୁ  ପାହାଡ଼ ଉପରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମ ନିକଟ  ପାହାଡ଼ ରୁ ଚିକିଟି ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତା ରେ ଜଣେ ବୃଦ୍ଧା ଙ୍କୁ ଶନିବାର ସକାଳେ ଉଦ୍ଧାର କରିଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ଶୁକ୍ରବାର ସକାଳୁ  ବଡ଼ ଡୁମ୍ବୁଳା ଗ୍ରାମର ଚଞ୍ଚଳା ଦଳେଇ (୭୦) ଆକସ୍ମିକ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। କିଛି ଗ୍ରାମବାସୀ ବୃଦ୍ଧା ଙ୍କୁ ପାହାଡ଼ ପାଦ ଦେଶରେ ଦେଖିଥିବା ନେଇ ସନ୍ଧ୍ୟାରେ ସୂଚନା ମିଳିଥିଲା।ଗ୍ରାମର ୪ ଯୁବକ ବୃଦ୍ଧା ଙ୍କୁ ଉଦ୍ଧାର ପାଇଁ ପାହାଡ଼ ଚଢ଼ିଥିଲେ। ହେଲେ ସେମାନେ ବାଟବଣା ହୋଇଯାଇଥିଲେ। ଏନେଇ ଚିକିଟି ଅଗ୍ନିଶମ ବାହିନୀ କୁ ଖବର ଦିଆଯିବା ପରେ ଅଗ୍ନିଶମ ବାହିନୀ  ରାତି ପ୍ରାୟ ୨ ଟା ରେ ଘଟଣା ସ୍ଥଳରେ ପହଞ୍ଚି ପାହାଡ଼ ଚଢିଥିଲେ। ପ୍ରବଳ ଥଣ୍ଡା ସାଙ୍ଗକୁ ନିର୍ଜନ ରାତି ରେ ଅଗ୍ନିଶମ କର୍ମଚାରୀ ମାନେ ବହୁ କଷ୍ଟ ସ୍ବୀକାର କରି ସୁଉଚ୍ଚ ପାହାଡ଼ ଉପରେ ପହଞ୍ଚି ବୃଦ୍ଧା ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  କେରାଣ୍ଡି ମାଳ ପାହାଡ଼ ର ଢ଼ାମଣା ପଦର ଆଦିବାସୀ ଗାଁ ନିକଟ ଜୟ ଗୁମ୍ଫା ରେ ବୃଦ୍ଧା ଜଣକ ଅସହାୟ ଅବସ୍ଥାରେ ବସି ରହିଥିଲେ। ତାଙ୍କୁ ପିଇବାକୁ ପାଣି ଦିଆଯାଇଥିଲା। ବୃଦ୍ଧା ଙ୍କୁ ଉଦ୍ଧାର କରିବାକୁ  ରାତିରେ ୪ ଯୁବକ ସାହସ ଜୁଟାଇ ଅନ୍ଧାର ରାତିରେ ପାହାଡ଼ ଉପରକୁ ଯାଇଥିଲେ। କିନ୍ତୁ ସେମାନେ ମଧ୍ୟ ରାସ୍ତା ନପାଇ ଜଙ୍ଗଲରେ ଫସି ଯାଇଥିଲେ। ବୃଦ୍ଧା  ଚଞ୍ଚଳା ଙ୍କ ଚାଲିବାକୁ ବଳ ନାହିଁ କିନ୍ତୁ ପାହାଡ଼ କିପରି ଚଢିଗଲେ ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଗ୍ନିଶମ ବାହିନୀ  ସାହସ ଜୁଟାଇ ରାତିର ଘନ ଘଟା ଅନ୍ଧକାର ମଧ୍ୟରେ ସ୍ଥାନୀୟ ଯୁବକ ଙ୍କ ସହଯୋଗ ରେ ପାହାଡ଼ ର ପ୍ରାୟ ୨ ହଜାର ଫୁଟ ଉଚ୍ଚ କୁ ଉଠିଥିଲେ। ବୃଦ୍ଧା ଙ୍କୁ ଦୌଡି ସାହାଯ୍ୟ ରେ ପାହାଡ଼ ଉପରୁ ଖସାଇ ଆଣିଥିଲେ ବହୁ ରାସ୍ତା ପର୍ଯ୍ୟନ୍ତ।ତା ପରେ କାନ୍ଧ ରେ ତାଙ୍କୁ ଟେକି ଆଣିଥିଲେ ଅଗ୍ନିଶମ  କର୍ମଚାରୀ। ଗ୍ରାମବାସୀ ଏବଂ ଅଗ୍ନିଶମ କର୍ମଚାରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଅକ୍ଷତ ଅବସ୍ଥାରେ ବୃଦ୍ଧା ଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ