ବାଲିପଦର ମହୋତ୍ସବ – ୨୦୨୩ “କୃଷ୍ଣସାର”

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଗ୍ରାମରେ ବାଲିପଦର ମହୋତ୍ସବ – ୨୦୨୩ “କୃଷ୍ଣସାର” ଜାନୁଆରୀ ୭ ତାରିଖ ସନ୍ଧ୍ୟାରେ ଉଦଘାଟିତ ହୋଇ ମନ ମୋହିଥିଲା ଦର୍ଶକଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ। ବାଲିପଦର ମହୋତ୍ସବ କମିଟିର ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭଗବାନ ପୂଜାରୀ, ଛତ୍ରପୁର ଡି.ସି.ଓ. ଜିତେନ୍ କୁମାର ପରିଡ଼ା , ବୁଗୁଡା ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ସ୍ବାଇଁ, ସମାଜସେବୀ ଭଗବାନ ସାହୁ, କେ.ନୀଳମାଧବ ଆଚାରୀ, କେ.ଅଶୋକ କୁମାର ଆଚାରୀ, ବସନ୍ତ କୁମାର ଦଳେଇ, ଖଲି ପରିଡା,ବାଲିପଦର ଫାଣ୍ଡି ଅଧିକାରୀ ସମୀର ବେହେରା, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ପାଙ୍ଗିଡି ସରପଞ୍ଚ ଭାଗ୍ୟଲକ୍ଷ୍ମୀ ବିଷୋୟୀ, ସୁଧାଂଶୁ ଶେଖର ପାଢ଼ୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଏହି ଅବସରରେ ଅଶୋକ ପାତ୍ର, ବିପ୍ରଚରଣ ପାତ୍ର, ଲିଙ୍ଗରାଜ ନାହାକଙ୍କୁ ସମ୍ବର୍ଦ୍ଧନା କରିବା ସହ ମରଣୋତ୍ତର ସମ୍ମାନ ସ୍ବର୍ଗତ ଶିବବ୍ରତ ନାୟକ ଓ ସ୍ବର୍ଗତ ରତ୍ନାକର ମହାରଣା ଙ୍କ ପରିବାରଙ୍କୁ ପ୍ରଦାନ କରାଯାଇଥିଲା। ସଭାପତିଙ୍କ ଅଭିଭାଷଣ ପରେ କେ.ମନୋଜ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ସିଂଘବାଦ୍ଯ, ହାସ୍ୟ ଅଭିନେତା ପ୍ରଞ୍ଜା ଓ ଶଙ୍କରଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଆର.ଏସ୍ କୁମାର, ଜେସିକା ଆଜମିର ଓ ସଙ୍ଗୀତାଙ୍କ ଦ୍ବାରା ମେଲୋଡି ସୁର ସଂଙ୍ଗୀତ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ