ପଢ଼ିଆରିପଲ୍ଲୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କୟ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯଇଛି । କ୍ରୀଡା ଶିକ୍ଷକ ସ୍ୱାଧିନ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବକୁ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାୟକ ଉଦଘାଟନ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା କୌଶଳ ପ୍ରଦର୍ଶିତ ହୋଇଥିଲା । ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହାର ଉଦଯାପନ ଉତ୍ସବରେ ମୁଖ୍ୟ ଅତିôତ ଭାବେ ପଢ଼ିଆରିପଲ୍ଲୀ ପଞ୍ଚାୟତର ସରପଞ୍ଚ ଅଜିତ ରାଉତ, ସମ୍ମାନୀତ ଅତିôତ ଭାବେ ଏସବି ଫାଉଣ୍ଡେସନର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା, ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦ୍ୟୋରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ, ରବିନ୍ଦ୍ର କୁମାର ମାଝି, ମାନସ କୁମାର ପାଣିଗ୍ରାହୀ, ଦିପ୍ତି ରଞ୍ଜନ ପଣ୍ଡା, ନିବେଦିତା ପାତ୍ର, ମନୋରମା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


