ନିଆଁ ଲାଗି ଜଳିଗଲା ୩ ଏକର ଧାନ ଗଦା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଧାନ ଗଦାରେ ଲାଗିଲା ନିଆଁ । ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ଉସ୍ତାଜଗନ୍ନାଥପୁର ଗାଁରେ ରାସ୍ତା କଡରେ ଥିବା ଧାନ ଗଦାରେ ନିଆଁ ଲାଗିଯାଇଛି । ଯାହା ଫଳରେ ଧାନ ଗଦା ସମ୍ପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ସୂଚନା ଅନୁଯାୟୀ ପାଟପୁର ଥାନା ରାଧାଦେଇପୁର ଗାଁର ଆନନ୍ଦ ଜେନା, ଜୟନଗର ଗ୍ରାମର ଭାଗ୍ୟ ଖଣ୍ଡାଳ ଙ୍କ ପ୍ରାୟ 3 ଏକରର ଭାଗଚାଷ କରି ବିଲରୁ କଳେଇ ରାସ୍ତା କଡରେ ରଖିଥିଲେ । ବୁଧବାର ରାତ୍ର 9.୫୦ମିନଟ ସମୟରେ କୌଣସି କାରଣରୁ ଧାନ ଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ଧାନଗଦା ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦିଗପହଣ୍ଡି ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି l ଚାଷୀ ଙ୍କ ଫସଲ ସମ୍ପୂର୍ଣ୍ଣ ଅଗ୍ନିକାଣ୍ଡ ଘଟି ନଷ୍ଟ ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ କ୍ଷତି ପୁରଣ ଦାବି କରିଛନ୍ତି ।


