ଓଡ଼ିଶାରେ ରେଳ ବିକାଶରେ ବାଧାପ୍ରାପ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାରେ ରେଳ ପଥ ଏବଂ ଏହାର ଭିତ୍ତିଭୂମିର ବିକାଶ ହେଉ ଏହା କେନ୍ଦ୍ର ସରକାର ଚାହୁଁଛନ୍ତି. ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳ ବିଭାଗ ବିଶେଷ ଯୋଜନା କରିଛନ୍ତି. କିନ୍ତ ଏ ସବୁର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯେଭଳି ସହଯୋଗ ରହିବା କଥା ତାହା ରହୁ ନଥିବାରୁ ବିକାଶ କ୍ଷେତ୍ରରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି. ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜଦ୍ରୋସ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ଅବସରରେ ସାମ୍ବାଦିକ ସମିଳନୀରେ ଏଭଳି ମତ ରଖିଛନ୍ତି. ଦର୍ଶନା ପାରଳାଖେମୁଣ୍ଡିରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଜିଲ୍ଲାକୁ ଆସିଥିବା ପାଣ୍ଠି କିଭଳି ଖର୍ଚ୍ଚ ହେଉଛି ତାହାର ସମୀକ୍ଷା କରିଥିଲେ. ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଏସପି ସ୍ୱାତୀ ଏସ. କୁମାର, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ. ଏହାପରେ ସେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳୀୟ ସ୍ଥିତି ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ସହ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ଉନ୍ନୟନ ଉନ୍ନୟନ କାର୍ଯ୍ୟର ସ୍ଥିତି ପରଖୀଥିଲେ. ସାମ୍ବାଦିକଙ୍କ ସହ ଆଲୋଚନା କରି ସେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି. ଏଥିପାଇଁ ରାଜ୍ୟମାନଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି କହିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ବିଶାଖାପାଟଣା ଡିଆରଏମ୍ ଅନୁପ ଶତପଥି, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ରାଜ୍ୟ ବିଜେପି ଉପ ସଭାପତି ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ. ଏହି ଅବସରରେ ପାରଳାଖେମୁଣ୍ଡି ଓକିଲ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଭିନ୍ନକ୍ଷମ ସଂଘ ଆଦି ବିଭିନ୍ନ ସଂଘଠନର କର୍ମକର୍ତ୍ତାମାନେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ବିଶାଖାପାଟଣା ଡିଆରଏମ କାର୍ଯ୍ୟାଳୟ ପରିସରରେ ଥିବା ରେଳ ଇଞ୍ଜିନକୁ ପାରଳାଖେମୁଣ୍ଡି ଷ୍ଟେସନରେ ରଖିବା, ଏହି ରେଳପଥର ନିର୍ମାତା ତତ୍କାଳିନ ପାରଳା ମହାରାଜା ଗୌରଚନ୍ଦ୍ର ଗଜପତି ଏବଂ ତାଙ୍କ ସୁପୁତ୍ର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ଆଦି ଦାବି କରିଥିଲେ. ଏହାପରେ ସେ ରାୟଗଡ଼ ବ୍ଲକର ନାରାୟଣପୁର ଏବଂ ଗୋଷଣୀ ବ୍ଲକର ଗୁରାଣ୍ଡିକୁ ଯାଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ. ଏହି ଅବସରରେ ଆଦିବାସୀ ନୃତ୍ୟରେ ତାଙ୍କୁ ସ୍ୱାଗତ କରାଯାଇଥିବାବେଳେ ସେ ମଧ୍ୟ ସେମାନଙ୍କ ସହ ମିଶି ବେଶ ଆନନ୍ଦ ଉଲ୍ଲାସରେ ନାଚିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ