ତୃତୀୟଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତ୍ତିତ୍ୱ ହାସଲ କଲେ ସାଇ ସାସ୍ୱତ ମଣ୍ଡଳ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଏଲକଣା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ର ସାଇ ସାସ୍ୱତ ମଣ୍ଡଳ ୭୧ମାର୍କ ରଖି ସପ୍ତମ ସ୍ଥାନ ହାସଲ କରି ବିଦ୍ୟାଳୟ ପାଇଁ କୃତ୍ତିତ୍ୱ ଆଣି ଦେଇଛନ୍ତି । ସେ ଏଲକଣା ଗ୍ରାମର ଗିରିଧାରୀ ମଣ୍ଡଳ ଓ ବାସନ୍ତୀ ମଣ୍ଡଳଙ୍କ ପୁଅ ଅଟନ୍ତି । ତାଙ୍କର ଏପରି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରେମଲତା ପାତ୍ର କୃତ୍ତିଛାତ୍ର ଜଣଙ୍କୁ ବିଦ୍ୟାଳୟ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ତାର ଉତ୍ତୋରତ୍ତର ଉନ୍ନତି କାମନା କରିଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ