ଜୀବନବୀମା ଅଭିକର୍ତ୍ତା ସଙ୍ଘ କେନ୍ଦ୍ରାପଡା ଶାଖାର ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜୀବନବୀମା ଅଭିକର୍ତ୍ତା ସଙ୍ଘ କେନ୍ଦ୍ରାପଡା ଶାଖାର ସାଧାରଣ ପରିଷଦ ବୈଠକ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସଙ୍ଘର କଟକ ମଣ୍ଡଳ ସଭାପତି ଦେବେନ୍ଦ୍ର କୁମାର ମୁଦୁଲି, ମୁଖ୍ୟବକ୍ତା ଭାବେ ମଣ୍ଡଳ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ମଣ୍ଡଳ ସଭାପତି ପ୍ରଦୀପ କୁମାର ମହାପାତ୍ର, ମଣ୍ଡଳ ଉପସଭାପତି ଭବାନୀଶଙ୍କର ମହାନ୍ତି, ନାରାୟଣ ସାହୁ ଓ ଜୟନ୍ତ କୁମାର ସାହୁ, ଯୁଗ୍ମସମ୍ପାଦକ ଭାଗବତ ସାହୁ,ସଞ୍ଜୟ କୁମାର ସ୍ୱାଇଁ, କ୍ଷୀରୋଦ କୁମାର ବେହେରା, ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସଂଗଠନକୁ କ୍ରୀୟାଶୀଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିସହିତ ସମସ୍ତେ ଏକତ୍ରିତ ହୋଇ ସଙ୍ଘ ପାଇଁ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ । ଜୀବନବୀମା ଅଭିକର୍ତ୍ତାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଙ୍ଘ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । କେନ୍ଦ୍ରାପଡା ଶାଖା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ଭଗତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପ୍ରାକ୍ତନ ମଣ୍ଡଳ ସଭାପତି ପ୍ରଦୀପ କୁମାର ମହାପାତ୍ରଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ କେନ୍ଦ୍ରାପଡା ଶାଖାର ବରିଷ୍ଠ ଅଭିକର୍ତ୍ତା ରାସବିହାରୀ ଧଳ, ନିରଞ୍ଜନ ପ୍ରଧାନ, ବିଜୟ କୁମାର ଆଚାର୍ଯ୍ୟ, ରାଜକିଶୋର ପ୍ରଧାନ, ମନୋରଞ୍ଜନ ରଥ, ଛବିଳ କୁମାର ପାଇଟାଳ, ବିଭୁତିଭୂଷଣ ପାଣି, ଶ୍ରୀଧର କୁମାର ନାଥ, ପ୍ରଶାନ୍ତ କୁମାର ରାଉତ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ନ୍ୟୁଷ୍ଟାର ଡ୍ୟାନ୍ସ ଏକାଡେମୀର କଳାକାରମାନେ ସ୍ୱାଗତ ନୃତ୍ୟସଂଗୀତ ପରିବେଷଣ କରିଥିଲେ । ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଶରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଜୀବନବୀମା ଅଭିକର୍ତ୍ତା ସଙ୍ଘର କେନ୍ଦ୍ରାପଡା ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଭାବେ ପ୍ରଫୁଲ୍ଲ କୁମାର ପଣ୍ଡା ଓ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନାରାୟଣ ସାହୁ ଯୋଗଦେଇ ନବ ନିର୍ବାଚିତ କେନ୍ଦ୍ରାପଡା ଶାଖାର ସଭାପତି ଭାବେ ନାରାୟଣ ଜେନା, ଉପସଭାପତି ଭାବେ ଅକ୍ଷୟ କୁମାର ସାହୁ, ଶୈଳଜାଶଙ୍କର ସାମଲ ଓ ଜୀତେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ଭଗତ, ସାଂଗଠନିକ ସମ୍ପାଦକ ପ୍ରଶାନ୍ତ କୁମାର ରାଉତ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଫକିର କୁମାର ଖୁଣ୍ଟିଆ ଓ ଶରତ କୁମାର ପ୍ରଧାନଙ୍କ ନାମ ଘୋଷଣା କରିବା ସହ ସେମାନଙ୍କୁ ଶପଥ ପାଠ କରାଇଥିଲେ ।