ରୋଟାରୀ କ୍ଲବର ‘କିଡଫେଷ୍ଟ-୨୦୨୩’ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରୀ କ୍ଲବ ଓ ରୋଟ୍ରାକ୍ଟ କ୍ଲବର ମିଳିତ ସହଯୋଗରେ ସ୍ଥାନୀୟ ଟାଉନ ହଲରେ ଚାଲିଥିବା ଦୁଇଦିନିଆ ଶିଶୁ ମହୋତ୍ସବ ‘କିଡଫେଷ୍ଟ-୨୦୨୩’ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏଥିରେ ଶିଶୁମାନଙ୍କ ମଧ୍ୟରେ ନାଚ, ଗୀତ, କୌତୁକିଆ ପୋଷାକ, ଚିତ୍ରାଙ୍କନ, ତର୍କ, ଭାଷଣ, ପୋଷ୍ଟର ତିଆରି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ପୌରାଧ୍ୟକ୍ଷା ସବିତା ସାହୁ ଏହି ଶିଶୁ ଉତ୍ସବକୁ ଉଦଘାଟନ କରଥିବା ବେଳେ କାଉନସିଲର ସଞ୍ଜୀବ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରବିବାର ଉଦଯାପନ ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶରେ ଏହି ଉତ୍ସବ ବେଶ ସହାୟକ ହୋଇପାରିଛି ବୋଲି ମତ ପ୍ରକାଶ କରିଥିଷଲ । ଅନ୍ୟତମ ଅତିଥି ଭାବେ ଯୁବନେତା ବିକ୍ରମ ପଣ୍ଡା ଯୋଗଦେଇ ଶିଶୁମାନଙ୍କୁ ନେଇ ଆୟୋଜିତ ଏହି ଉତ୍ସବ ଅନ୍ୟମାନଙ୍କ ପାଇଁ ଉଦହାରଣ ହୋଇପାରିଛି ବୋଲି କହିଥିଲେ । ବିଭିନ୍ନ ବିଭାଗ ପ୍ରତିଯୋଗିତାରେ କୃତିତ୍ୱ ପ୍ରଦର୍ଶନ କରିଥିବା ଶିଶୁଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କୃତ କରିଥିଲେ । ରୋଟାରିଆନ ଡ. ଶ୍ରୀମାନ ଶ୍ରୀଚନ୍ଦନ ଉଦଯାପନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ରୋଟାରୀ ଇନର ହୁଇଲ କ୍ଲବ ସଭାପତି ସିପ୍ରାରେଖା ମହାପାତ୍ର, ରୋଟ୍ରାକ୍ସ କ୍ଲବ ସଭାପତି ପ୍ରଭୁଜ୍ୟୋତି ମହାପାତ୍ର, ସମ୍ପାଦକ ବିରଜା ପ୍ରସାଦ ଦାସ ଓ ଚେୟାରମ୍ୟାନ ଶାଶ୍ୱତ ଜୈନ, ରୋଟାରିଆନ ପ୍ରଫେସର ଶାନ୍ତନୁ ପାଣି, ଡ. ମାତୃଦତ୍ତ ଦାସ, ସିଏ ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ । ଜଗନ୍ନାଥ ଦାସ, ବବି ଦାସ, ଶିବମ ବାରିକ, ଆକାଶ ନାୟକ, ସାହିଲ ହୋଦା, ସୁକାନ୍ତ ନାୟକ, ଅନୁପ ଦାସ, ଅରସଦ କାଦ୍ରିଙ୍କ ପ୍ରମୁଖଙ୍କ ସମେତ ଦୁଇ ସଂଗଠନର ବହୁ ସଦସ୍ୟ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ