ବାଇକ୍ ର ପଛପଟୁ ଧକ୍କା ଦେଲା ବାଇକ୍ , ଦୁଇ ଗୁରୁତ୍ୱର
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତିନୂଆଗାଁ ନିକଟସ୍ଥ ଜାତୀୟ ରାଜପଥ-୧୬ ରେ ଗଂଜାମ ପାର୍ଶ୍ଵରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟାଏ ବାଇକ୍ କୁ ଅନ୍ୟ ଏକ ବାଇକ୍ ଧକ୍କା ଦେବା ଫଳରେ ରୋଡ଼ ପାର୍ଶ୍ଵ ବେରିକେଟ୍ କୁ ବାଡେଇ ହୋଇ ଉଭୟ ବାଇକ୍ ର ମଲାଡ଼ ଗ୍ରାମପଞ୍ଚାୟତ ଶ୍ରୀବଣା ଗ୍ରାମର ଡମ୍ବୁରୁଧର ନାୟକ (୩୪) ଓ ରାମଗଡ଼ ଗ୍ରାମପଞ୍ଚାୟତ ପାଲୁରୁ ଗ୍ରାମର ପ୍ରଶାନ୍ତ କୁମାର ଦାସ (୩୨) ଦୁଇ ଜଣ ଗୁରୁତର ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି l ସୂଚନା ଅନୁସାରେ ଶ୍ରୀବଣା ଗ୍ରାମର ଡମ୍ବୁରୁଧର ନାୟକ ନିଜ କାର୍ଯ୍ୟ କରିବା ପାଇଁ କାଳିଆବାଲି ଯାଉଥିଲା ବେଳେ ପଛରୁ ଆସୁଥିବା ସନ୍ତୋଷ କୁମାର ଦାସ ଓ ପ୍ରଶାନ୍ତ କୁମାର ଦାସଙ୍କ ବାଇକ୍ ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେବା ଫଳରେ ରୋଡ କଡରେ ଥିବା ବେରିକେଟ୍ ରେ ବାଡେଇ ହୋଇ ଦୁଇ ଜଣ ଗୁରୁତର ହେବା ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସେଠାରେ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଅନ୍ୟ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯିବାର ସୂଚନା ମିଳିଛି l


