ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାରା ଓଡିଶା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିବା ବେଳେ କେନ୍ଦ୍ରାପଡା ନେତାଜୀ କମିଟି ଆନୁକୂଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖାର ପରିଚାଳକ ପ୍ରକାଶ ଚନ୍ଦ୍ର ଗ୍ରହାଚାର୍ଯ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ସଭାରେ କମିଟି ସମ୍ପାଦକ ପବିତ୍ର ମୋହନ ପଟ୍ଟନାୟକ ଯୋଗଦେଇ ଏହି ମହାନ ଯୋଦ୍ଧାଙ୍କ ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କର ଅପୂରଣୀୟ କାର୍ଯ୍ୟକୁ ସାକାର କରିପାରିଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନନ୍ଦ କିଶୋର ପରିଡା, ପ୍ରଫେସର ଅଜୟ ସାମଲ, ଅମୀୟ ମହାନ୍ତି, ମହମ୍ମଦ ଆକବର ଅଲ୍ଲୀ, ହେମନ୍ତ କୁମାର ଜେନା, ଆଶିଷ ସେନାପତି, କେଦାର ନାଥ ସାମନ୍ତରାୟ, ଅରୁଣ ପରମାଣିକ, ଭରତ ସ୍ୱାଇଁ, ଆଦିକନ୍ଦ ରାଉଳ, ସବିତା ରାଉତ, ହୀରାମଣୀ ରାଉତ, ଏଲୀନା ସାମନ୍ତରାୟ ପ୍ରମୁଖ ବହୁ ଶିକ୍ଷାବୀତ, ଛାତ୍ରଛାତ୍ରୀ, ଯୁବକ, ମହିଳାମାନେ ଯୋଗଦେଇ ନେତାଜୀଙ୍କ ସମ୍ପର୍କରେ ବହୁ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଶେଷରେ ମହେନ୍ଦ୍ର କୁମାର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।


