ବାଲେଶ୍ୱରରେ ଜିଲାସ୍ତରୀୟ ସହିଦ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ପ୍ରଶାସନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିକୁ ସହିଦ ଦିବସ ଭାବେ ସୋମବାର ପାଳିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଧୀନତା ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ଅସଂଖ୍ୟ ସହିଦ ସଂଗ୍ରାମୀଙ୍କ ଆତ୍ମୋତ୍ସର୍ଗ ପ୍ରତି ସମ୍ମାନ ଜଣାଇ ଦୁଇ ମିନିଟର ନୀରବ ପ୍ରାର୍ଥନା କର।।ଇଥିଲା । ଏହି ନୀରବ ପ୍ରାର୍ଥନାର ସମୟ ଅବଧି ସୂଚିତ ପାଇଁ ଜିଲ୍ଲା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ସାଇରନ ବ୍ୟବସ୍ା କରାଯାଇଥିଲା । ଅତିରିକ୍ତ ଜିଲ୍ଲ।।ଳ (ରାଜସ୍ୱ) ସୁଚାରୁ ବଳ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଡେପୁଟୀ କଲେକ୍ଟର ଗାୟତ୍ରୀ ସୋରେନ୍, ଡେପୁଟୀ କଲେକ୍ଟର (ରାଜସ୍ୱ) ଆନନ୍ଦ କୁମାର ସେଠୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜ୍ୱାନା କୱକବ, ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ପ୍ର୍ରଦୀପ କୁମାର ସାହୁଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିତିନିଧିମାନେ ଏଥିରେ ଯୋଗ ଦେଇଥିଲେ । ପରେ ଦିବଂଗତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।


