ଆବାସ ଯୋଜନାରେ ଅନିୟମିତତା ବିରୁଦ୍ଧରେ ବିଜେପିର ବ୍ଲକ ଘେରାଉ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦେବା ଦାବୀରେ ଗୁରବାର ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରାଯାଇଥିଲା । ଶହ ଶହ ଦଳୀୟ କର୍ମୀ ଓ ଆବାସ ଯୋଜନାରୁ ବଞ୍ôଚତ ହିତାଧିକାରୀ ମାନେ ଜଳ ସେଚନ ବିଭାଗ କାର୍ଯ୍ୟାଳୟ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ôଚ ଥିଲେ । ମଣ୍ଡଳ ସଭାପତି ନବ କିଶୋର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ ଯୋଗ ଦେଇ ବିଜେଡିର ରାଜନୈତିକ ହୀନମନ୍ୟତା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ତୀବ୍ର ସମାଲୋଚନା କରିଥିଲେ । ସେହିପରି ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଇଛି ବୋଲି ଶ୍ରୀ ଧଳ ଅଭିଯୋଗ କରିବା ସହିତ ପ୍ରଶାସନ ନିରପେକ୍ଷ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ନଦେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଶିବାନନ୍ଦ ଦାସଅଧିକାରୀ, ସରପଞ୍ଚ ମାନସ ପହି, ସନ୍ତୋଷ ନାୟକ, କିଶୋର କିଙ୍କର ପଢିଆରୀ, ସମିତି ସଭ୍ୟ ଉଦ୍ଧବ ସେଠୀ, ଶଙ୍କର୍ଷଣ ଜେନା, ଗୋପାଳକୃଷ୍ଣ ଦାଶ, ରାଜୀବ ଲୋଚନ ରାୟ, ପୂର୍ଣ୍ଣ ଚନ୍ଦ୍ର ସାହୁ, ମନୋଜ ବିଶ୍ୱାଳ, ବନମାଳୀ ଜେନା, ଅମୂଲ୍ୟ ନନ୍ଦ, ଲକ୍ଷ୍ମୀଧର ସାହାଣୀ, ତାପସ ଜେନା, ଲରେନ୍ସ ବେହେରା, ରାଜୀବ ସାହୁ, ଧ୍ରୁବ ମାଝୀ, ହରେକୃଷ୍ଣ ସେନାପତି, କିଶୋର ବିଶ୍ୱାଳ, ତପନ ବାରିକ, ରାଜେନ୍ଦ୍ର ପଣ୍ଡା, ସଞ୍ଚୟ ବଳ, ଜିତେନ ନାଥ, ନିରଞ୍ଜନ ଭୂୟାଁ, ମମତା ନାୟକ, ପୁଷ୍ପଲତା ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ଥିଲେ । ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ପ୍ରଦୀପ କୁମାର ସେଠୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।