କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସ ଶିଳାନ୍ୟାସ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ଅନ୍ତର୍ଗତ ୧୦ନମ୍ବର ଓ୍ବାର୍ଡ ମାଧିପୁର ଛକ ନିକଟରେ ଶନିବାର ନୂତନ କୋଣାର୍କ ସିଭିଲ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧର ଯୋଗଦେଇ ଶୁଭ ଦେଇଥିଲେ। ମୁଖ୍ୟ ବିଚାରପତିଙ୍କ ସହିତ ହାଇକୋର୍ଟ ଜଷ୍ଟିସ ବିଆର ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ମାଧିପୁର ମୈଜାରେ ୪ଏକର ଜମିରେ ଏହି ନୂତନ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ଆଠ କୋଟି ଟଙ୍କା। ଆସନ୍ତା ୬ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ତହସିଲଦାର ଶେଖ ସାଗିର, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର, ଜିଲ୍ଲା ଜଜ ସିତିକାନ୍ତ ସାମଲ,ଜେଏମଏଫସି ଭାନୁପ୍ରତାପ ମିଶ୍ର,କୋଣାର୍କ ଓକିଲ ସଂଘର ସଭାପତି ଶ୍ରୀଜୟ ବରାଳ, ନିମାପଡ଼ା ଓକିଲ ସଂଘ ସଭାପତି ରଂଜିତ ସାହୁ,କୋଣାର୍କ ବାର ଆସୋସିଏସନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ହୋଇଥିଲା।


