୧୩ଦିନରେ ପହଞ୍ଚିଲା ମେଡିକାଲ ଆନ୍ଦୋଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସିଟି ହସପିଟାଲ ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେଉଥିବା ରିଲେ ଗଣଧାରଣା ୧୩ଦିନରେ ପହଞ୍ଚିଛି । ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା ଗଣଧାରଣା କେନ୍ଦ୍ରାପଡା ସହରର ଜନଗଣଙ୍କ ଜୀବନ ଜୀବିକାର ବାସ୍ତବତାକୁ ଠେଲି ଧରିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷମାନେ ଆନ୍ଦୋଳନରେ ସାମିଲ ହୋଇ ସିଟି ମେଡିକାଲ ପାଇଁ ଦାବି କରୁଛନ୍ତି । କେନ୍ଦ୍ରାପଡା ପୈାରସଂସ୍ଥାରେ ନିରଙ୍କୁଶ ଭୋଟ ପାଇ ନିର୍ବାଚିତ ହୋଇଥିବା ବିଜେଡିର କାଁ ଭାଁ ନେତାଙ୍କୁ ଛାଡି ଦେଲେ ଅନ୍ୟମାନେ ଗାଦି ବଞ୍ଚାଇବା ଭୟରେ ଆନ୍ଦୋଳନରେ ସାମିଲ ହେଉନାହାନ୍ତି । ‘ଏପଟେ ମାରିଲେ ବ୍ରହ୍ମହତ୍ୟା, ସେପଟେ ମାରିଲେ ଗୋହତ୍ୟା’ ନ୍ୟାୟରେ ବିଜେଡି ମେଡିକାଲ ପ୍ରସଙ୍ଗରେ ଦୋଛକିରେ ଛିଡା ହୋଇଛି । ବିଜେଡିର ସମସ୍ତ ସ୍ଥାନୀୟ ନେତା ଓ କର୍ମୀ ଆନ୍ଦୋଳନକୁ ସମର୍ଥନ କରୁଥିଲେ ବି ଗାଦି ଭୟରେ ବାହାରେ ରହୁଛନ୍ତି । ଗତ ୧୭ତାରିଖ ଠାରୁ ମେଡିକାଲ ଆନ୍ଦୋଳନ ଆରମ୍ଭ ହୋଇଥିଲେବି ଏପର୍ଯ୍ୟନ୍ତ ସରକାର ନିରବ ରହିବା ମଧ୍ୟ ବିଜେଡି ଦଳ ଭିତରେ ଭୃକୁଞ୍ଚନ ସୃଷ୍ଟି କରିଛି । ଆଜି ଆନ୍ଦୋଳନକାରୀମାନେ ଆନ୍ଦୋଳନର ତରିକାକୁ ବଦଳାଇବାକୁ ଘୋଷଣା କରିଛନ୍ତି । ରିଲେ ଗଣଧାରଣା ସହିତ ଅନ୍ୟାନ୍ୟ ପନ୍ଥା ଆପଣେଇବାକୁ ଯୋଜନା ଚାଲିଛି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଗଣଧାରଣାକୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ପ୍ରଶାନ୍ତ କୁମାର ସିଂ, ଗୋପାଳ ଚରଣ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା, ବରିଷ୍ଠ ନାଗରିକ ମଞ୍ଚରସମ୍ପାଦକ ହେମନ୍ତ କୁମାର ଜେନା, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆପ୍ର ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ଶ୍ରମିକ ନେତା ଜଗତଜୀବନ ଦାଶ, ମୁକ୍ତାର ଖାଁ, ସୟଦ ଅକମଲ ଅଲ୍ଲୀ, ବିଜେପି ନେତ୍ରୀ ମମତାମୟୀ ସାମଲ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ପଦ୍ମଲୋଚନ ମହାପାତ୍ର, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ରାଜ୍ୟ ଆବାହକ ରଞ୍ଜନ କୁମାର ମଲିକ, କାଉନସିଲର ରଶ୍ମୀତା ସିଂହ, ଜୟନ୍ତୀ ପାଣି, ନାରୀନେତ୍ରୀ ଫାହିମା ବେଗମ, ସେକ ହାଫିଜୁଲ୍ଲା ଖାଁ, ବିପିନ ବିହାରି ପଣ୍ଡା ପ୍ରମୁଖ ସମର୍ଥନ କରି ବକ୍ତବ୍ୟ ରଖିବା ସହିତ ଆନ୍ଦୋଳନକୁ ଆହୁରି ଯୋରଦାର କରିବାକୁ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ