ବାଲିଗୁଡାରେ ରାଷ୍ଟ୍ରିୟ ଲୋକଅଦାଲତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା କୋର୍ଟ ପରିସରରେ ତାଲୁକା ଆଇନ ସେବା ପ୍ରଧାକରଣ ଆନୁକୁଲ୍ୟରେ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲା ଦୌରା କୋର୍ଟର ବିଚାରପତି ଦିଲ୍ଲିପ କୁମାର ବିଶ୍ୱାଳ, ସିଭିଲ କୋର୍ଟର ବିଚାରପତି ଦିପଙ୍କର ପଟ୍ଟନାୟକ,ଏସଡିଜେଏମ କୋର୍ଟର ବିଚାରପତି ବାସୁଦେବ ପ୍ରସାଦ ପଣ୍ଡା ଓ ଜେଏମଏଫସି କୋର୍ଟର ବିଚାରପତି ମୈତ୍ରୀ ସାନ୍ତରାଏ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ଅଦାଲତରେ ୪୫ଗୋଟି କେଶ ମଧ୍ୟରୁ ୮ଟି କେଶର ଫଇସାଲା ହୋଇଥିଲା ଓ ଦୁଇଲକ୍ଷଛଶଠି ହଜାର ତିନିଶହଶତତିରିଶି ଟଙ୍କା ରାଜସ୍ୱ ଆଦାୟ ହୋଇଛି ।


