ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମପଞ୍ଚାୟତର କବିରାଜପୁରସ୍ଥିତ ବୁଢାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରର ସମାବର୍ତ୍ତନ ଉତ୍ସବ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲାବେଳେ ଅନ୍ୟତମ ଅତିଥି ଭାବେ ପାଲକଷଣ୍ଢା ବାଲାଜି ମଠର ମହନ୍ତ ମହାରାଜ ରାମକୃଷ୍ଣ ଦାସ ମହୋଦୟ ଯୋଗ ଦେଇ ଛାତ୍ର ମାନେ ଭବିଷ୍ୟତରେ କିପରି ଉନ୍ନତି କରିପାରିବେ ଏବଂ ଆଇ ଟି ଆଇ ସାର୍ଟିଫିକେଟ୍ ପାଇଲା ପରେ ତାହାକୁ କିପରି ଉଚିତ୍ ମାର୍ଗରେ ଲଗାଇ ପାରିବେ ସେହି ବିଷୟ ବୁଝାଇଥିଲେ । ୨୦୧୭-୧୯ ମସିହାରେ ପାଶ୍ କରିଥିବା ଛାତ୍ରମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପାଶ୍ ସାର୍ଟିଫିକେଟ୍ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ,ସମ୍ପାଦକ ଚିତ୍ତରଞ୍ଜନ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ରମେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ