ବଉଳା ପାହାଡରୁ ଚାଲିଛି ବେଆଇନ ଗଛକଟା, ବନ ବିଭାଗ ଜାଣି ଅଜଣା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହଦଗଡ ବନଖଣ୍ଡ ଅଧିନ ବଉଳା ପାହାଡର ବିଭିନ୍ନ ଜଂଗଲରୁ ବେଆଇନ ଭାବେ ନିୟମିତ ଗଛ କଟା ଚାଲିଥିଲେବି ବନ ବିଭାଗ କୌଣସି ଠୋସ ପଦକ୍ଷେପ ନେଉ ନାହିଁ । ଫଳରେ ଦିନକୁ ଦିନ ବଉଳା ପାହାଡର ବିଭିନ୍ନ ଜଂଗଲ ସବୁ ପଦା ହେବାରେ ଲାଗିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ବୈଦାଖିଆ ବିଟ ହାଉସ ଅଧିନରେ ଥିବା ରଙ୍ଗମାଟିଆ ଜଂଗଲରେ ବନ ବିଭାଗ ପକ୍ଷରୁ ବ୍ୟାପକ ବଅକ୍ଷ ରୋପଣ କରାଯାଇ ଗନ ଜଂଗଲ ସୃଷ୍ଟି କରାଯାଇଥିଲା । କିନ୍ତୁ ଏବେ ନିୟମିତ ଭାବେ ଏହି ଜଂଗଲରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗଛ କଟା ଚାଲିଛି । ବନ ବିଭାଗର ତଦାରଖ ଅଭାବରୁ ସ୍ଥାନୀୟ ଲୋକମାନେ ଦୈନଦିନ ଶାଳ, ପିଆଶାଳ ଗଛସବୁ କାଟି ନେଉଛନ୍ତି । ଗତକାଲି ଗଛ କଟା ଚାଲିଥିବା ସମୟରେ କିଛି ସ୍ଥାନୀୟ ଯୁବକ ଏହାର ବିରୋଧ କରିଥିଲେ ମଧ୍ୟ ଗଛ କାଟୁଥିବା ଲୋକମାନେ ଶୁଣି ନଥିଲେ । ଫଳରେ ଉକ୍ତ ଯୁବକମାନେ ତୁରନ୍ତ ବନ ବିଭାଗକୁ ସୁଚନା ଦେଇଥିଲେ । କିନ୍ତୁ ବନ ବିଭାଗର ଅଧିକାରୀ ମାନେ କର୍ମଚାରୀ ଅଭାବ ଦର୍ଶାଇ ଏହାକୁ ଗୁରୁତ୍ୱ ଦେଇ ନଥବବା ସ୍ଥାନୀୟ ଯୁବକମାନେ ଅଭିଯୋଗ କରିଛନ୍ତି । ପ୍ରତିଦ୍ୱନ୍ଦିତା ଭିତିରେ ଗଛକଟା ଚାଲୁଥିବାବେଳେ ଯଦି ବନ ବିଭାଗ ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଅଳ୍ପ ଦିନ ଭିତରେ ରଙ୍ଗମାଟିଆ ଓ ଗଡଚଣ୍ଡୀ ଭଳି ଜଂଗଲ ଗୁଡିକ ପଦା ହୋଇ ଯିବାର ଆଶଙ୍କା ପ୍ରକାଶ ପାଇଛି । ଏ ସମ୍ପର୍କରେ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏବେ ଜଂଗଳ ନିଆଁ ରୋକିବାକୁ ପ୍ରାଥମିକତା ଦିଆଯାଉଛି, ତେଣୁ ଯେତିକି କର୍ମଚାରୀ ଅଛନ୍ତି ସେମାନେ ଏବେ ଜଂଗଲ ନିଆଁ ରୋକିବାରେ ଲାଗି ପଡିଛନ୍ତି, ତଥାପି ଆମେ ଗଛ କାଟୁଥିବା ଲୋକଙ୍କ ପ୍ରତି ସଜାଗ ରହିବା ସହିତ ଜଂଗଲ ସୁରକ୍ଷା ପ୍ରତି ଦୃଷ୍ଟି ଦେବୁ ବୋଲି କହିଛନ୍ତି ।


