ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜରୋ ପର୍ବତ ଆରୋହଣ କଲେ ମଧୁସ୍ମିତା ପାତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର, ଗୋସାଣି ନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ୧୨.୨.୨୩ ସକାଳ ୭.୦୫ରେ ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି)କୁ ଫଳତାର ସହ ଆରୋହଣ କରିଛନ୍ତି ।ସୂଚନାଥାଉକି, ମଧୁସ୍ମିତା ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ ଅଟନ୍ତି । ସେ ୨୦୨୨ରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହିମାଳୟ ପର୍ବତାରୋହଣ ସଂସ୍ଥା ଏଚ୍ଏମ୍ଆଇ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଚଢିଥିଲେ । ଗତ ୫.୨.୨୩ରେ ବ୍ରହ୍ମପୁର ସାଂସଦ ମାନନୀୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ସୁଶ୍ରୀ ପାତ୍ରଙ୍କ ଉକ୍ତ କଲିିମାଞ୍ଜରୋ ଅଭିଯାନ ପାଇଁ ଜାତୀୟ ପତାକା ଦେଇ ଶୁଭକାମନା ମନାସିଥିଲେ । ସୁଶ୍ରୀ ପାତ୍ର ୧୦.୦୨.୨୩ କିଲିମାଞ୍ଜରୋ ପାଦଦେଶ ମରାଙ୍ଗୁ ଫାଟକ ଦେଇ କିଲିମାଞ୍ଜରୋ ଆରୋହଣରେ ବାହାରିଥିଲେ । ପ୍ରତ୍ୟେକ ଦିନ ପ୍ରାୟ ୫ରୁ ୭ ଘଣ୍ଟା ପାହାଡ଼ ଚଢି ଆଗକୁ ପ୍ରତ୍ୟେକ କ୍ୟାମ୍ପରେ ରାତ୍ରିଯାପନ କରି ଶେଷରେ ୧୨.୨.୨୩ରେ ମଧୁସ୍ମିତା ବେସକ୍ୟାମ୍ପରେ ପହଞ୍ôଚଥିଲେ । ସେଠାରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ରାତ୍ର ୧୨ଟା ସମୟରେ ନିଜ ଗାଇଡ଼ ସହ ସେ କିଲିମାଞ୍ଜରୋର ଅନ୍ତିମ ଆରୋହଣରର ବାହାରିଥିଲେ । ଏଠାରେ କହିରଖୁଛୁ ରାତିର ବିଯୁକ୍ତ ତାପମାତ୍ରା ଏବଂ ଅଲଟ୍ଟୀଟ୍ୟୁଟ ପ୍ରେସର ପର୍ବତାରୋହୀଙ୍କ ଉପରେ ପ୍ରଭାବ ପକାଇଥାଏ । ଏହାର ପ୍ରଭାବରେ ମଧୁସ୍ମିତା ମଧ୍ୟ ସାମାନ୍ୟ କ୍ଲାନ୍ତ ଅନୁଭବ କରିଥିଲେ । କିନ୍ତୁ ସୁଶ୍ରୀ ପାତ୍ର ଏଠାରେ ହାର ନ ମାନି ଗାଇଡ଼ ସହ ଆଗକୁ ଆଗକୁ ବଢି ଚାଲିଥିଲେ । ୧୩.୨.୨୩ ସକାଳ ୭.୦୫ ସମୟରେ ସୁଶ୍ରୀ ପାତ୍ର କିଳମାଞ୍ଜାରୋ ଶିଖରରେ (ଯାହା ଉହୁର ପିକ୍ ଭାବେ ଜଣା) ପହଞ୍ôଚ ନିଜ ଦେଶର ଜାତୀୟ ପତାକାକୁ ଉଡ଼ାଇଥିଲେ । ବେଶ୍ କିଛି ସମୟ ଶିଖରରେ ରହିବା ପରେ ପୁନର୍ବାର ବେଶକ୍ୟମ୍ପ ଦେଇ ତଳକୁ ଓହ୍ଲାଇ ଆସିଥିଲେ । ମିଳିଥିବା ସୂଚନା ଅନୁସାରେ ସୁଶ୍ରୀ ପାତ୍ର ୧୭.୦୨.୨୩ ସକାଳ ୧୦ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ôଚବେ । ଏଠାରେ କହିରଖୁଛୁ ମଧୁସ୍ମିତା ପାତ୍ର ପୂର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର, ମାତା ପୁଷ୍ପାଞ୍ଜଳି ପାତ୍ରଙ୍କ କନିଷ୍ଠା କନ୍ୟା ଅଟନ୍ତି । ସେ ବର୍ତ୍ତମାନ କମ୍ପୁଟର ଇଞ୍ଜିନିୟର ଭାବେ ଟିସିସ୍ କମ୍ପାନୀ ଚେନ୍ନାଇରେ କାର୍ଯ୍ୟରତ ଅଛନ୍ତି । ଆଗାମୀ ଦିନରେ ସୁଶ୍ରୀ ପାତ୍ର ଅନ୍ୟ ମହାଦେଶର ଉଚ୍ଚତମ ପାହାଡ଼ ଏବଂ ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଣ୍ଟ ଆରୋହଣର ଲକ୍ଷ୍ୟ ରଖିଛନ୍ତି ।


