ସଖୀ ସମ୍ବଳର କାର୍ଯ୍ୟକାରିତା ଘେନି ଜିଲ୍ଲା ସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ୍ବାନ୍ ଷ୍ଟପ୍ ସେଣ୍ଟର ଅଧିକୃତ ସଖୀ-ସମ୍ବଳ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଘେନି ଜିଲ୍ଲା ସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନାରୀ ନିର୍ଯତନା ସମ୍ପର୍କିତ ମୋକଦ୍ଦମା ଗୁଡିକର ଯଥାଶୀଘ୍ର ସ,ମାଧାନ କରିବା ଦିଗରେ ଗୁରୁତ୍ବ ଆରୋପ କରାଯାଇଥିଲା । ଯାହାରି ଫଳରେ ପାରିବାରିକ ସ୍ତରରେ ଶୃଙ୍ଖଳା ଫେରିବା ସହିତ ମାନସିକ ଚାପରୁ ନାରୀ ସମାଜ ଚାପରୁ ମୁକ୍ତ ହୋଇପାରିବେ । ପ୍ରତ୍ୟେକ ପୋଲିସ୍ ଥାନା ଗୁଡିକରେ ରହିଥିବା ମୋ ପୋଲିସ୍ କାର୍ଯ୍ୟକ୍ରମରେ ଓ୍ବାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଜଣେ ପ୍ରତିନିଧି ଯୋଗ ଦେବାର ଆବଶ୍ୟକତା ରହିଛି । ତେବେ ଯାଇ ଆଞ୍ଚଳିତ ସମସ୍ୟା ଗୁଡିକ ସମାଧାନ ହେବା ସହିତ ମହିଳା ଓ ଶିଶୁ ମାନଙ୍କ ବିକଶ ସମ୍ପର୍କିତ ସଚେତନତା ବ୍ୟାପକ ହୋଇ ପାରିବ । ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ମହିଳା ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ପଞ୍ଚାୟତ ଗୁଡିକରେ ସରପଞ୍ଚଗଣ ସଚେତନତା ସକାଶେ କାନ୍ଥ ଗୁଡିକରେ ଓ୍ବାନ୍ ଷ୍ଟପ୍ ସେଣ୍ଟରର କାର୍ଯ୍ୟକାରିତା ଏବଂ ଏଥିରେ ଯଗାଯାଇଥିବା ସେବା ସମ୍ପର୍କିତ ତଥ୍ୟ ଗୁଡିକ ପ୍ରକାଶ କରିବାକୁ ନିର୍ଦ୍ଦେଶନାମା ଦିଆଯାଇଛି । ଆସନ୍ତା ୨୩ – ୨୧ ଆର୍ଥିକ ବର୍ଷ ସକାଶେ ଖସଡା ପ୍ରସ୍ତୁତ କରାଯାଇ ମାର୍ଚ୍ଚମାସ ୨୦ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବିଶ୍ବ ମହିଳା ସାପ୍ତାହିକ କାର୍ଯ୍ୟକ୍ରମ ଆୟୋଜନ ସକାଶେ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ସ୍ବାଗତ ଜଣାଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଏମ୍.କେ.ସି.ଜି. ଭେଷଜ ମହାବିଦ୍ୟାଳୟ ରେଜିଷ୍ଟ୍ରର୍ଡଃ ରାଜେନ୍ଦ୍ର କୁମାର ମିଶ୍ର, ସୁପରିନ୍ ଟେଣ୍ଡେଣ୍ଟ ଡଃ ସନ୍ତୋଷ କୁମାର ମିଶ୍ର, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଆଇ.ଏସ୍.ଆର୍.ଡି. ରନିର୍ଦ୍ଦେଶକ ସୁଧିର ସାବତ, ସଖୀର କେନ୍ଦ୍ର ନିର୍ଦ୍ଦେଶକ ମହାଶ୍ବେତା ପାଢୀ, ଲିପିକାର ନିର୍ଦ୍ଦେଶକ ରଞ୍ଜିତା ଦାଶ, ଜିଲ୍ଲାର ସମସ୍ତ ସିଡିପିଓ, ସ୍ବଧାରା ଗୃହର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ