ସିଟି ହସପିଟାଲ ଦାବି ଆନ୍ଦୋଳନର ଭିନ୍ନମୋଡ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡା ସହରର ମଧ୍ୟବର୍ତ୍ତୀ ସ୍ଥାନରୁ ଉଠିଯିବା ପରେ ସେହି ଗୃହରେ ଅନ୍ୟ ଏକ ସିଟି ହସପିଟାଲ ପ୍ରତିଷ୍ଠା କରିବା ଦାବିରେ ସ୍ଥାନୀୟ ଜନସାଧାରଣ ଦୀର୍ଘଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିରହିଛନ୍ତି । ଏସମ୍ପର୍କରେ ସରକାର କୈାଣସି ନିଷ୍ପତ୍ତି ନେଇନଥିବା ବେଳେ ଆନ୍ଦୋଳନକାରୀମାନେ କେନ୍ଦ୍ରାପଡା ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଥିଲେ । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ଲୋକଙ୍କ ଚିକିତ୍ସା ଏବଂ ଔଷଧ ଏବଂ ଅନ୍ୟାନ୍ୟ ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇଏହି ଅଟ୍ଟାଳିକାରେ ଆଉ ଏକ ୨୪ଘଣ୍ଟିଆ ରୋଗୀସେବା ଚିକିତ୍ସାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ଏଥିସହିତ ଏସମ୍ପର୍କରେ ଆଗାମୀ ବିଧାନସଭା ବୈଠକରେ ଏକ ଲିଖିତ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ଆସନ୍ତା ୨୭ତାରିଖରେ ଦିଆଯିବ ବୋଲି ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଉପସଭାପତି ଦେବଦାସ ମହାନ୍ତି ପ୍ରମୁଖ ଆନ୍ଦୋଳନ ସ୍ଥଳକୁ ଗୁରୁବାର ପୂର୍ବାହ୍ନରେ ଆସି ଆନ୍ଦୋଳନକାରୀମାନଙ୍କ ସମ୍ମୁଖରେ ସୂଚନା ଦେଇଥିଲେ । ଦାବିକୁ ଯଥାର୍ଥ ବୋଲି ବିଜେଡି ନେତାମାନେ କହିବା ସହିତ ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଥିଲେ । ତେବେ ସିଟି ହସପିଟାଲ ପ୍ରତିଷ୍ଠା ନିମନ୍ତେ ଲିଖିତ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନକାରୀ କହଥିଲେ । ଆନ୍ଦୋଳନକୁ ସରକାରୀ ଦଳର ନେତାମାନେ ସମର୍ଥନ କରିଥିବାରୁ ଆନ୍ଦୋଳନକାରୀ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ