ରବିନ୍ଦ୍ର ଶ୍ରୀଚନ୍ଦନଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ବିଶିଷ୍ଠ ସମାଜସେବୀ ରବିନ୍ଦ୍ର କିଶୋର ଶ୍ରୀଚନ୍ଦନଙ୍କ ଏକାଦଶାହ ଉପଲକ୍ଷେ ସହରର ନୂଆବସଷ୍ଟାଣ୍ଡସ୍ଥିତ ବଡକୋଠା ଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ବିଧାୟକ ନିବେଦିତା ପ୍ରଧାନ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଡା. ବିଶ୍ୱ ପ୍ରକାଶ କାନୁନଗୋ, ସାହିତ୍ୟକ ବାସୁଦେବ ଦା. ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା,ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରି କହିଥିଲେ ଯେ ସ୍ୱର୍ଗତ ଶ୍ରୀ ଚନ୍ଦନ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ବ୍ୟକ୍ତି ଥିଲେ । ଦୀର୍ଘଦିନ ଧରି ଅଣ କଂଗ୍ରେସ ରାଜନୀତିରେ ସେ ସକ୍ରିୟ ଥିଲେ ମଧ୍ୟ ସରଳ ଜୀବନଯାପନ କରି ଆଦର୍ଶ ବଜାୟ ରଖିଥିଲେ । କେମ୍ ସଭାପତି ଅକ୍ଷୟ ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅଜୟ ରାଉତ, ଧିରେନ ସାହୁ, ଦେବଦାସ ମହାନ୍ତି, ସମାଜସେବୀ ରବି ସାମଲ, ପ୍ରଦୀପ୍ତ ମହାନ୍ତି, ବୈଦ୍ୟନାଥ ଚାଟାର୍ଜି, ଜିଲ୍ଲାପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଡଃ. କଳ୍ପନା ମଲ୍ଲିକ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ ।


