ତୁଳସୀକ୍ଷେତ୍ର ପଣ୍ଡିତ ସଭାର ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ତୁଳସୀକ୍ଷେତ୍ର ପଣ୍ଡିତ ସଭାର ଏକ ବୈଠକ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଝୁଲଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଭାପତି ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ ବେଦ ପାଠ କରିଥିଲେ । ସମ୍ପାଦକ ପଣ୍ଡିତ ସତ୍ୟନାରାୟଣ ପତି ବୈଠକର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯୁଗ୍ମ ସମ୍ପାଦକ ମାଧବ ଚନ୍ଦ୍ର ପତି ଏବଂ ପଣ୍ଡିତ ସୁବାଷ ଚନ୍ଦ୍ର ପାଣି ପଣ୍ଡିତ ସଭାର ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ପଣ୍ଡିତ ସଭା ଦ୍ୱାରା ସଂସ୍କାରଯୁକ୍ତ କାର୍ଯ୍ୟକ୍ରମ ଓ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ବ୍ରାହ୍ମଣ ସନ୍ତାନମାନଙ୍କ ପାଇଁ ବ୍ରତୋପନୟନ କରାଯିବାର ବ୍ୟବସ୍ଥା କରିବାକୁ ସଭାକୁ ଅନୁରୋଧ କରିଥିଲେ । ଚଳିତବର୍ଷ ମାର୍ଚ୍ଚମାସ ୩୦ତାରିଖରେ ବାର୍ଷିକ ଉତ୍ସବ ପାଳନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲାର ପଣ୍ଡିତ ତଥା ବିଜ୍ଞବ୍ୟକ୍ତିମାନେ ପଣ୍ଡିତ ସଭାରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଥିଲା । ଏହି ବୈଠକରେ ଶରତ କୁମାର ପତି, ମୁରଲୀଧର ଷଡଙ୍ଗୀ, ପିତାମ୍ବର ଲେଙ୍କା, କୁଳମଣି ମିଶ୍ର, ହରେକୃଷ୍ଣ ପତି, ମାଧବ ଚନ୍ଦ୍ର ପତ୍ରୀ, ହରିପ୍ରିୟା ଦାଶ, ରବିନ୍ଦ୍ର ନାୟକ, ନୃସିଂହ ଚରଣ ପତି, ଉମାକାନ୍ତ ପଣ୍ଡା, ପସନ୍ନଜିତ ପଣ୍ଡା, ତ୍ରିଲୋଚନ ମିଶ୍ର, ତପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପଣ୍ଡିତ ଅବଧୁତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ