ଜ୍ଞାନଭାରତୀ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନଜରିଆସ୍ଥିତ ଜ୍ଞାନ ଭାରତୀ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ସମ୍ପାଦକ ତଥା ଶିକ୍ଷାବିତ ବିପିନ ବିହାରି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି,ବିଶିଷ୍ଟ ଅତିଥି ଭାବେ ଇଂ ଉତ୍କଳରଞ୍ଜନ ଦାସ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ଅଞ୍ଜଳି ପଟ୍ଟନାୟକ ଓ ସାମ୍ବାଦିକ ଭାଷ୍କର ରାଉତରାୟ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉପଦେଶାତ୍ମକ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାମନ୍ଦିରରେ ପିତୃ ମାତୃ ସମ୍ମିଳନୀ ଅନୁଷ୍ଠିତ ହେବା ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ବିଦ୍ୟାମନ୍ଦିରର ୩ଜଣ କୃତି ଶିକ୍ଷୟିତ୍ରୀଙ୍କୁ ସ୍ୱର୍ଗତ କାଥରିନ ଦାସ ସ୍ମୃତି ସମ୍ମାନ ଓ ଡାକ୍ତର ସରୋଜକାନ୍ତ କାନୁନଗୋ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ ଶ୍ରୀ ମହାନ୍ତି । ଟ୍ରଷ୍ଟର ପୃଷ୍ଟପୋଷକ ଡକ୍ଟର ଦେବେନ୍ଦ୍ର କୁମାର ଦାସ ସୁଦୂର ଆମେରିକାରୁ ଟେଲିଫୋନ ଯୋଗେ ପିଲାମାନଙ୍କ ପାଇଁ ବକ୍ତବ୍ୟ ରଖିଥିଲେ । ଶିକ୍ଷୟିତ୍ରୀ ପ୍ରତିମା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜୟଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


