ଧର୍ମପରାୟଣା ମହିଳା ଙ୍କ ବିୟୋଗ ରେ ଶୋକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଂଚାୟତ ମୁଣ୍ଡାଳ ଗ୍ରାମର ତିଳୋତମା ସ୍ୱାମୀ ( ୭୯ )ବର୍ଷ ବୟସରେ ହୃଦଘାତରେ ଗତ ସୋମବାର ମୁତ୍ୟୁ ବରଣ କରିଛନ୍ତି | ତାଙ୍କର ଦେହ ଖରାପ ହେବାରୁ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ | ଡାକ୍ତର ଙ୍କ ବହୁଚଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ କୌଣସି ପରିବର୍ତନ ହେଲାନାହିଁ | ଶେଷରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ତାଙ୍କ ପାଖରେ ତିନି ପୁଅ, ବୋହୁ ନାତି ନାତୁଣୀ, ତିନି ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ | ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଶେଷକୃତ୍ୟ ସମ୍ପନ କରାଯାଇଛି |ବଡପୁଅ ପ୍ରମୋଦ ସ୍ୱାମୀ ମୁଖାଗ୍ନି ଦେଇଥିଲେ |ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଗଲା | ତାଙ୍କର ମୃତ୍ୟୁରେ ମୁଣ୍ଡାଳ ବଜାର ଗୋଟିଏ ଦିନ ପାଇଁ ବନ୍ଦ କରି ଏକ ସ୍ମୃତି ସଭା କରିଥିଲେ | ସେ ଜଣେ ଧର୍ମପରାୟଣ , ସମାଜସେବୀ ମେଳାପୀ , ମିଷ୍ଟଭାସି ଥିଲେ | ତାଙ୍କର ମୃତ୍ୟୁରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ,ନାଉଗାଁ ବ୍ଲକ ଚେୟାରମ୍ୟାନ ତୃଷ୍ଣା ଲେଙ୍କା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ,ଲଲାଟେନ୍ଦୁ ମହାପାତ୍ର ,୧ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ୱାଇଁ , ଡାକ୍ତର ରାଖାଲ ରାୟ , ଡାକ୍ତର ସର୍ବେଶ୍ୱର ପରିଡା , ଅଲଣା ସରପଞ୍ଚ ଚନ୍ଦ୍ରମଣି ବେହେରା,ମୁଣ୍ଡଳ ବଜାର କମିଟି ସଭାପତି ସୌମ୍ୟରଞ୍ଜନ ମହାନ୍ତି , ବର୍ଜୁ ପାତ୍ର ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି , ବଂଶୀଧର ବେହେରା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ