ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରିବା ସହ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କୁ  ମଙ୍ଗଳବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଗତ ୧୯୯୨ ମସିହାରେ ଏହି ବିଦ୍ୟାଳୟରେ ସେ ଜଣେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଭାବରେ  ଛାତ୍ରୀ ଛାତ୍ର ମାନଙ୍କୁ  ଉତ୍ତମ ଆଚରଣ ଜରିଆରେ ଶିକ୍ଷା ପ୍ରଦାନ କରିବା ସହ ତାଙ୍କରି ଶିକ୍ଷାନିତୀରେ ଅନୁପ୍ରାଣିତ ହୋଇ ବହୁ  ଛାତ୍ରୀ ଛାତ୍ର ଆଜି ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଚାକିରି କରି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ପରବର୍ତ୍ତୀ ସମୟରେ ସେ ଜଣେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏପରିକି ସେ ୨୦୧୭ ମସିହାରେ ଜଣେ ଆଦର୍ଶ ପ୍ରଧାନଶିକ୍ଷକ ଭାବେ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ତେବେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ସେ ଅହରହ ପ୍ରଚେଷ୍ଟା କରିବା ସହ ବିଦ୍ୟାଳୟ ଚତୁଃପାର୍ଶ୍ଵ ସବୁଜ ବନାନୀରେ ପରିପୂର୍ଣ୍ଣ କରିପାରିଥିଲେ । ଯାହାଫଳରେ ସେ ବନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ଭଳି ପୁରସ୍କାର ଲାଭ କରିଥିଲେ ।  ପ୍ରଧାନଶିକ୍ଷକ ଚାକିରିରୁ  ଅବସର ଗ୍ରହଣ କରିଥିବାରୁ  ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସନାତନ ପଟ୍ଟନାୟକ ସଂଯୋଜନା କରିଥିଲେ । ଏଥିରେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଏବିଇଓ ରସାନନ୍ଦ ଘଡେଇ , ବିଶ୍ରବା ପାଇକ ,  ଜିଲା ପରିଷଦ ସଦସ୍ୟ ଙ୍କ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ସେଠୀ , ସମିତି ସଭ୍ୟ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ସିଆରସିସି ସୁବ୍ରତ କୁମାର ପଣ୍ଡା , ପ୍ରଧାନଶିକ୍ଷକ ଜୀବନ କୁମାର ନନ୍ଦ , ବାସୁଦେବ ଗୈାଡ , ସୁଦାମ ଦାସ , ନାରାୟଣ ପଣ୍ଡା , ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ଗଣେଶ ପାତ୍ର , ସଂପାଦକ ସନ୍ତୋଷ କୁମାର ଗୈାଡ , ସାମାଜିକ କର୍ମୀ ପ୍ରଫୁଲ୍ଲ ପ୍ରଧାନ , ଶିକ୍ଷକ ରାଣା. ଦେବହରୀ , ନାଏବ ସରପଞ୍ଚ ଇ . ରାମହରି ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିଦ୍ୟାଳୟର ପୁରାତନ  ଛାତ୍ରୀ ଛାତ୍ର ଏବଂ ବିଦ୍ୟାଳୟ ପକ୍ଷରୁ ପ୍ରଧାନଶିକ୍ଷକ  ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ