ହାଟଡିହି କଲେଜ ଛାତ୍ର ନିଖୋଜର ୨୬ଦିନ ପରେ ଚକ୍ରତୀର୍ଥ ପାହାଡରୁ ମିଳିଲା ମୃତଦେହ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜର ଯୁକ୍ତ୩ର ୨ୟବର୍ଷର ଛାତ୍ର ସୌମ୍ୟ ରଞ୍ଜନ ମହାନ୍ତଙ୍କ ନିଖୋଜର ୨୬ ଦିନ ପରେ ଆଜି ତାର ଗଳିତ ମୃତଦେହ ଚକ୍ରତୀର୍ଥ ପାହାଡରୁ ଉଦ୍ଧାର ହୋଇଛି । ଆଜି କିଛି ଲୋକ ଜାଳକାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ନିକଟସ୍ଥ ଚକ୍ରତୀର୍ଥ ପାହାଡର ଶିଖରରେ ତାର ମୃତଦେହକୁ ଦେଖିବାକୁ ପାଇଥିଲେ । ମୃତଦେହଟି ଏକ ଗଛରେ ଝୁଲୁଥିବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଖବରପାଇ ପରିବାର ଲୋକ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିବାବେଳେ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦ କରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଆନନ୍ଦପୁର ଥାନା ଯୋଗିଆବନ୍ଧ ଗ୍ରାମର ଗ୍ରାମର ସୋରେନ ମହାନ୍ତ ଓ ସ୍ୱର୍ଣ୍ଣଲତା ମହାନ୍ତଙ୍କ ପୁଅ ସୌମ୍ୟ ରଞ୍ଜନ ମହାନ୍ତ(୧୯) ହାଟଡିହି କଲେଜର ଜଣେ ମେଧାବୀ ଛାତ୍ର । ଗତ ଫେବୃୟାରୀ ୫ତାରିଖ ରବିବାର ଦିନ ସୌମ୍ୟର ବାପା ମା ସୌମ୍ୟକୁ ଘର ଜଗାଇଦେଇ ମେଡିକାଲକୁ ଯାଇଥିଲେ । କିନ୍ତୁ ସେମାନେ ମେଡିକାଲରୁ ଫେରିବା ବେଳକୁ ପୁଅ ସୌମ୍ୟ ଘରେ ନଥିଲା । ପରେ ତାର ସାଇକେଲଟି ନିକଟସ୍ଥ ଚକ୍ରତୀର୍ଥ ପାହାଡରୁ ଉଦ୍ଧାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ